ଭୁବନେଶ୍ବର୨|୩: କଂଗ୍ରେସ ଓ ସିପିଆଇ ଭିତରେ ହୋଇପାରିଲାନି ଆସନ ବୁଝାମଣା। ପୁଣି ଝୁଲିଲା। ଗୋଟିଏ ଆସନକୁ ଦୁଇ ଦଳ ଭିତରେ ଅଙ୍କ ଛିଣ୍ତିନୁ। କଂଗ୍ରେସ ୪ଟି ଆସନ ଦେବାକୁ ରାଜି ହୋଇଥିବାବେଳେ ସିପିଆଇ ୫ଟି ଆସନ ଦାବିରେ ଅଡି ବସିଛି। ଯାହାକୁ ନେଇ ଆଜି ଚୂଡାନ୍ତ ନିଷ୍ପତି ହୋଇପାରିଲାନାହିଁ।
{"id":90164}ଏପଟେ ଜେଏମ ଓ ସିପିଏଏ ଲୋକ ସଭା ଆସନ ନେଇ ଚୂଡାନ୍ତ ନିଷ୍ପତି ହୋଇସାରିଥିବା ବେଳେ ଆସନ୍ତା ୫ ତାରିଖରେ ବିଧାନସଭା ଆସନ ନେଇ ବସିବ ବୈଠକ...
{"id":90163}ଆସନ ବୁଝାମଣାକୁ ନେଇ କଂଗ୍ରେସ- ସିପିଆଇ ମଧ୍ୟରେ ଛିଣ୍ତିଲାନି ଅଙ୍କ। ଗୋଟିଏ ଆସନକୁ ଅଡି ବସିଛନ୍ତି ଦୁଇ ଦଳ। ଯେଉଁଥିପାଇଁ ଝୁଲିଲା ନିଷ୍ପତି। ବାଲିକୁଦା- ଏରୋସମା ଆସନକୁ ନେଇ ନିଷ୍ପତିରେ ଅଟଳ ଦୁଇ ଦଳ।। ସିପିଆଇ ପ୍ରଥମେ ଦୁଇଟି ଲୋକସଭା ଏବଂ ୧୨ ଟି ବିଧାନସଭା ଆସନ ଦାବି କରିଥିଲା।
{"id":90165}ହେଲେ ତାପରେ ଗୋଟିଏ ଲୋକସଭା ଓ ୭ଟି ବିଧାନସଭା କୁ ଖସିଥିଲା। ଆସକା ଲୋକାସଭା ନିର୍ବାଚନ ମଣ୍ତଳୀ ନେଇ ସିପିଆଇ ରାଜି ହୋଇଥିବା ବେଳେ ବିଧାନସଭାକୁ ନେଇ ରାଜି ହେଉନି ସିପିଆଇ।
{"id":90168}ବର୍ତ୍ତମାନ ସିପିଆଇ ୫ଟି ବିଧାନସଭା ଆସନ ପାଇଁ ଅଡି ବିସିଛି। ଛତ୍ରପୁର , ବୈଦ୍ଧ, ଖଲିକୋଟ ଏବଂ ବ୍ରଜରାଜନଗର ଦେବା ପାଇଁ କଂଗ୍ରେସ ରାଜି ହୋଇଛି । କିନ୍ତୁ ବାଲିକୁଦା – ଏରୋସମା ଆସନକୁ ନେଇ ଦୁଇ ଦଳଙ୍କ ଭିତରେ ସହମତି ହୋଇପାରିନାହିଁ। ଯେଉଁଥିପାଇଁ ସିପିଆଇ କାଲି କାର୍ଯ୍ୟକାରିଣୀ ବୈଠକ ଡକିଛି। ଏହି ବୈଠକ ପରେ ସିପିଆଇ ତାର ନିଷ୍ପତି କଂଗ୍ରେସକୁ ଶୁଣାଇବ।
{"id":90169}କଂଗ୍ରେସ ବାମ ଦଳକୁ ୧୧ ଟି ଆସନ ଦେବା ମୁଡରେ ରହିଛି। ବିଜେଡି ଓ ବି;ଜପି ବିରୋଧରେ ଲଢ଼ିବା ପାଇଁ କଂଗ୍ରେସ ମେଣ୍ଟ କରିଥିଲେ ବି ସଙ୍ଗଠନିକ କ୍ଷମତା ଏବଂ ଜିତିବା ଆଶାଙ୍କାକୁ ଅଧିକ ଧ୍ୟାନ ଦେଉଛି କଂଗ୍ରେସ।
{"id":90170}ସିପିଆଇକୁ ୪ଟି ଆସନ୍ ଦେବା ମୁଡରେ କଂଗ୍ରେସ ରହିଛି। ଏପଟେ ଜେଏମଏମ ଏବଂ ସିପିଏମ ସହିତ ଆସନ୍ତା ୫ତାରିଖରେ ବୈଠକ ବସିବ। ସିପିଏମକୁ ଭୁବନେଶ୍ବର ଲୋକସଭା ଏବଂ ଜେଏମଏମକୁ ମୟୁରଭଞ୍ଜ ଲୋକସଭା ଆସନ ଦେବାକୁ ଚୂଡାନ୍ତ ନିଷ୍ପତି ହୋଇସାରିଥିବାବେଳେ କେବଳ ବିଧାନସଭା ଆସନ ନେଇ ଛୂଡାନ୍ତ ନିଷ୍ପତି ହେବ।
{"id":90175} {"id":90173}ରାହୁଲ ଗାନ୍ଧୀ ୮ ତାରିଖରେ ଓଡିଶା ଗସ୍ତରେ ଆସିବେ ତାପୂର୍ବରୁ ଆସନ ବୁଝମଣା ଏବଂ ଟିକେଟ ଚୂଡାନ୍ତ ହେବ। ସେଥିପାଇଁ ମାର୍ଚ୍ଚ ୬ ତାରିଖ ଦିନ ବସିବ ପ୍ରଦେଶ ଇଲକେସନ କମିଟି ବୈଠକ ବସିବ। ସେହଦିନ ଆସନ ବୁଝାମଣା ଏବଂ ଟିକେଟ ନେଇ ଆନୁଷ୍ଠାନିକ ନିଷ୍ପତି ହେବ।
{"id":90174}