କଲେଜ ଛାତ୍ରୀ ନଦୀକୁ ଡେଇଁବା ଘଟଣା - ଆରମ୍ଭ ହେଲା ଉଦ୍ଧାର କାର୍ଯ୍ୟ

Published By : Prameya-News7 Bureau | December 24, 2019 IST

ନିଶ୍ଚିନ୍ତକୋଇଲି ୨୪।୧୨: ଲୁଣା ନଦୀ ଭିତରକୁ କଲେଜ୍‌ ଛାତ୍ରୀ ଡେଇଁବା ଘଟଣା । ଗତ କାଲି ରାତିରେ ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା । ମଙ୍ଗଳବାରରେ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଏଥିରେ ଅଗ୍ନିଶମ ବିଭାଗର ଦୁଇଟି ବୋଟ୍‌କୁ ନିୟୋଜିତ କରାଯାଇଛି । ନଦୀ ମଧ୍ୟରେ ବୁଡାଳୀ ତଲାସୀ କାର୍ଯ୍ୟ ଚଳାଇଥିବାରେ ବୋଟ୍‌ରେ ନଦୀର ଦୁଇ କୂଳରେ ତଲାସୀ କାର୍ଯ୍ୟ କରାଯାଇଛି । ତେବେ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରୀଙ୍କର କୌଣସି ସନ୍ଧାନ ମିଳି ନାହିଁ ।

{"id":201722,"sizeSlug":"large"}

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନେମାଳ ଥାନା ବରପଡା ନଦୀ ପୋଲ ଉପରେ ସାଇକେଲ ରଖି ଛାତ୍ରୀ ଜଣଙ୍କ ଲୁଣା ନଦୀକୁ ଡେଇଁ ପଡ଼ିଛନ୍ତି । ଛାତ୍ରୀ ଜଣଙ୍କ ହେଲେ ନିଶ୍ଚିନ୍ତକୋଇଲି ବଲ୍ଲଭ ଦେବୀ ମହାବିଦ୍ୟାଳୟର ଯୁକ୍ତ ଦୁଇ ଦ୍ବିତୀୟ ବର୍ଷରେ ପଢୁଥିବା ରୋଲାନି ମହାନ୍ତି । ତାଙ୍କ ଘର ନେମାଳ ଥାନା ବନ୍ଦକାଟିଆ ଅଂଚଳରେ ବୋଲି ଜଣାପଡିଛି ।

{"id":201721,"sizeSlug":"large"}

ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ କରିଥିଲେ । । ଏପର୍ଯ୍ୟନ୍ତ ନିଖୋଜ ଛାତ୍ରୀଙ୍କ ପତ୍ତା ମିଳିନାହିଁ । ତେବେ ସେ କାହିଁକି ନଦୀକୁ ଡେଇଁଛନ୍ତି ତାହା ମଧ୍ୟ ସ୍ପଷ୍ଟ ଜଣାପଡିନାହିଁ । ରାତି ଯୋଗୁଁ ଉଦ୍ଧାର କାର୍ଯ୍ୟକୁ ଅଗ୍ନିଶମ ବାହିନୀ ପକ୍ଷରୁ ବନ୍ଦ ରଖାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.