ୟଙ୍ଗ ଏଡଲ୍ଟ ଆକ୍ଟ୍ରିସଙ୍କ ସବୁଠୁ ଅଧିକ ସର୍ଚ୍ଚ ହୁଏ ଭାରତ, ପାକିସ୍ତାନ ଓ ବାଂଲାଦେଶରେ, ଜାଣନ୍ତୁ କେଉଁ ୩ଜଣ ନାୟିକାଙ୍କ ରହିଛି ଅଧିକ ଡିମାଣ୍ଡ
19/05/2019 at 4:10 PM

ବିଶ୍ବର ସର୍ବ ବୃହତ୍ତ ଇଣ୍ଟରନେଟ୍ ସର୍ଚ୍ଚ ଇଞ୍ଜିନ ଗୁଗଲର ସଦ୍ୟ ପ୍ରକାଶିତ ରିପୋର୍ଟରେ ଭାରତ, ପାକିସ୍ତାନ ଓ ବାଂଲାଦେଶରେ ସବୁଠୁ ଅଧିକ ଏଡଲ୍ଟ କଣ୍ଟେଣ୍ଟ ଅର୍ଥାତ ଫିଲ୍ମ ଓ ଫଟୋ ସର୍ଚ୍ଚ ହୁଏ ବୋଲି ଜଣାପଡିଛି। ଯେଉଁଥିରେ ଏହି ସବୁ ଦେଶର ଇଣ୍ଟରନେଟ ବ୍ୟବହାରକାରୀ ଅଧିକାଂଶ ୟଙ୍ଗ ଏଡଲ୍ଟ ଆକ୍ଟ୍ରିସଙ୍କୁ ସର୍ଚ୍ଚ କରୁଥିବା ରିପୋର୍ଟରେ ଦର୍ଶାଯାଇଥିବାବେଳେ ୩ ଜଣ ନାୟିକାଙ୍କ ରହିଛି ସର୍ବାଧିକ ଡିମାଣ୍ଡ । ତେବେ ଆସନ୍ତୁ ଜାଣିବା ସେମାନଙ୍କ ସମ୍ପର୍କରେ।

ପ୍ରାଥମିକ ରିପୋର୍ଟରେ ସେମାନଙ୍କ ବୟସ ପାଇଁ ଏଭଳି ସର୍ଚ୍ଚ ହେଉଥି୍ବା ସୂଚନା ମିଳିଛି।ଏହାଛଡା ସେମାନଙ୍କ ସୌନ୍ଧର୍ଯ୍ୟ ଓ ରୂପ ଲାବଣ୍ୟ ଆଗରେ ହଲିଉଡ ନାୟିକା ବି ଫିକା ପଡିଯାଉଛନ୍ତି। ଖୁବ୍ କମ୍ ବୟସରୁ ଅର୍ଥାତ ୧୮-୧୯ ବର୍ଷ ବୟସରୁ ଏମାନେ ଏଡଲ୍ଟ ଇଣ୍ଡଷ୍ଟ୍ରି ସହ ଜଡିତ ହୋଇଥିବା ଯୋଗୁ ସେମାନଙ୍କର ଏଭଳି ସର୍ଚ୍ଚ ହେଉଛି। ଗୁଗଲ ସର୍ଚ୍ଚ ଇଞ୍ଜିନରେ ସର୍ବାଧିକ ସର୍ଚ୍ଚ ହେଉଥିବା ଏଭଳି ଜଣେ ନାୟିକା ହେଲେ ନାଓମୀ ଉଡସ୍। ଆମେରିକାର ମିଆଁମିରେ ଜନ୍ମିତା ନାଓମୀଙ୍କ ବୟସ ମାତ୍ର ୧୯ ବର୍ଷ। ଖୁବ୍ କମ ବୟସରେ ସେ ଏଡଲ୍ଟ ଇଣ୍ଡଷ୍ଟ୍ରିରେ ଯୋଗଦେଇଥିଲେ। ତାଙ୍କ ଫଟୋରୁ ଆପଣ ଅନ୍ଦାଜ କରିପାରିବେ ନାଓମୀଙ୍କ ସୁନ୍ଦରତା। ସେ ଜଣେ ଏଡଲ୍ଟ ମୁଭି ଷ୍ଟାର ହୋଇଥିଲେ ବି ମଡେଲ ଭାବେ ମଧ୍ୟ ବେଶ ଜଣାସୁଣା। ଏତେ ସ୍ବଳ୍ପ ବୟସରେ ସେ ୧ ଶହରୁ ଅଧିକ ଏଡଲ୍ଟ ଫିଲ୍ମରେ ଅଭିନୟ କରିସାରିଲେଣି।

ନାଓମୀଙ୍କ ପରେ ସବୁଠୁ ଅଧିକ ସର୍ଚ୍ଚ ହେଉଥିବା ଏଡଲ୍ଟ ମୁଭି ଆର୍ଟିଷ୍ଟ ହେଲେ ଏଲେକ୍ସ। ତାଙ୍କର ଜନ୍ମ ୧୯୯୬ ମସିହାରେ। ଗତ ୨୦୧୫ ମସିହାରେ ତାଙ୍କ ଅଭିନିତ ପ୍ରଥମ ମୁଭି ବଜାରକୁ ଆସିଥିଲା। ଅଭିନୟ ପାଇଁ ପ୍ରଥମ ବର୍ଷ ସେ ବେଷ୍ଟ ଆକ୍ଟ୍ରିସ୍ ଆଓ୍ବାର୍ଡ ମଧ୍ୟ ହାସଲ କରିଥିଲେ। ସୋସାଲ ମିଡିଆ ସାଇଟ୍ ମାନଙ୍କରେ ଏଲେକ୍ସଙ୍କ ଲକ୍ଷାଧିକ ଫ୍ୟାନ ଓ ଫଲୋର୍ସ ରହିଛନ୍ତି। ଏବେ ଏଡଲ୍ଟ ମୁଭି ଡାଇରେକ୍ଟରଙ୍କ ଫାଷ୍ଟ ଚୟସ୍ ହେଉଛନ୍ତି ଏଲେକ୍ସ।

ସେହିଭଳି ଆଉଜଣେ ଆକ୍ଟ୍ରିସ ହେଉଛନ୍ତି ଏଡ୍ରିଆନା ମୋରିସ। ୧୯୯୮ ମସିହାରେ ଆମେରିକାରେ ଜନ୍ମିତା ଏଡ୍ରିଆନା ଖୁବ୍ ବୟସରେ ଏଡଲ୍ଟ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ। ତାଙ୍କୁ ଯେତେବେଳେ ୨୦ ବର୍ଷ ବୟସ ହୋଇଥିଲା ତାଙ୍କର ପ୍ରଥମ ମୁଭି ଆସିଥିଲା। ସେ ସୋସାଲ ମିଡିଆରେ ମଧ୍ୟ ଆକ୍ଟିଭ ଥିବା ବେଳେ ତାଙ୍କର ଲକ୍ଷାଧିକ ଫଲୋର୍ସ ରହିଛନ୍ତି। ଏବେ ଆମେରିକା ଏଡଲ୍ଟ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରେ ଦିନକୁ ୨ଗୁଣା ରାତିକୁ ଚାରିଗୁଣା ଅଭିବୃଦ୍ଧି ହେଉଛି। କେବେ ଦେଶରେ ଲୁଚାଛପାରେ ଗଢିଉଠିଥିବା ଏହି ଇଣ୍ଡଷ୍ଟ୍ରିର ଏବେ ଦୈନିକ କାରବାର ବିଲିୟନ ଡଲର୍ସ ବୋଲି ଆକଳନ କରାଯାଉଛି।