ଚିଲିକାରେ ହେବନି ସି-ଏରୋଡ୍ରମ, ଓହରିଲେ ବିମାନ କର୍ତ୍ତୃପକ୍ଷ

Published By : Prameya-News7 Bureau | September 10, 2018 IST

ଭୁବନେଶ୍ୱର ୧୦/୦୯ : ଚିଲିକାରେ ସି-ଏରୋଡ୍ରମ ଯୋଜନାରୁ ବିମାନବନ୍ଦର କର୍ତ୍ତୃପକ୍ଷ ଓହରିଛନ୍ତି । ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଚିଠି ଲେଖି ବିମାନବନ୍ଦର କର୍ତ୍ତୃପକ୍ଷ ଜଣାଇଥିବା ସୂଚନା ମିଳିଛି । ଚିଲିକାରେ ସି-ପ୍ଲେନ୍ ଉଡ଼ଣ ଦ୍ୱାରା ଏହା ଜୈବ ବିବିଧତା ନଷ୍ଟ ହେବ ବୋଲି ବିଭିନ୍ନ ମହଲରୁ ଅଭିଯୋଗ ଉଠିଥିଲା । ଚିଲିକା ମତ୍ସ୍ୟଜୀବୀ ସଂଘ ଏହାକୁ ବିରୋଧ କରିଥିଲେ। ଏହିପରି ବ୍ରହ୍ମଗିରି ବିଧାୟକ ସଂଜୟ ଦାସବର୍ମା ମଧ୍ୟ ବିଧାନ ସଭାରେ ଏ ପ୍ରସଙ୍ଗ ଉଠାଇ ସି-ଏରୋଡ୍ରମକୁ ବିରୋଧ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.