ଚିଲିକାରୁ ଉଡ଼ିବନି ସି ପ୍ଲେନ୍, ହେବନି ସି-ଏରେ।ଡ୍ରମ୍

Published By : Prameya-News7 Bureau | September 11, 2018 IST

ଚିଲିକାରୁ ଉଡ଼ିବନି ସି ପ୍ଲେନ୍ । ହେବନି ସି-ଏରେ।ଡ୍ରମ୍ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ଭାରତୀୟ ବିମାନ ବନ୍ଦର କର୍ତୁପକ୍ଷ ଓଡ଼ିଶା ସରକାରଙ୍କୁ ଚିଠି ଲେଖି ଜଣାଇ ଦେଇଛନ୍ତି ଏହି କଥା । ପରିବେଶ ମଞ୍ଜୁରୀ ନ ମିଳିବାରୁ ଏୟାରପେ।ର୍ଟ ଅଥରିଟି ଅଫ୍ ଇଣ୍ଡିଆ ଏଥିରୁ ଓହରିଯାଇଥିବା ଜଣାପଡ଼ିଛି । କିନ୍ତୁ ଚିଲିକା ବଦଳରେ ଆଉ କେଉଁଠି ହେ।ଇପାରିବ ସେନେଇ ପ୍ରସ୍ତାବ ଦେଲେ ଏ.ଏ.ଆଇ ସି ପ୍ଲେନ୍ କଥା ଚିନ୍ତା କରିବ ବେ।ଲି ଚିଠିରେ ଉଲେଖ କରିଛି । କିଛି ଦିନ ପୂର୍ବରୁ ଚିଲିକା ଉନ୍ନୟନ କର୍ତୂପକ୍ଷ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖି ସି ପ୍ଲେନ୍ ନହେବା ସପକ୍ଷରେ ଯୁକ୍ତି ବାଢିଥିଲେ । ଯଦି ସି ପ୍ଲେନ୍ ଚିଲିକାରେ ଓହ୍ଳାଏ ତେବେ ପକ୍ଷୀ, ମାଛ, ଚିଙ୍ଗୁଡ଼ି, ଡଲଫିନ୍ ଏବଂ ପରିବେଶ ଉପରେ ଗଭୀର ପ୍ରଭାବ ପଡ଼ିବ ବେ।ଲି ସିଡିଏ ଚିଠି ଲେଖିଥିଲା । ସିଡିଏ ଚିଠିରେ ଉଲେଖ କରିଥିଲା ଯେ, ସି ପ୍ଲେନ୍ ଶହେ ଡେସିବିଲ ଶଦ୍ଦ କରିବ , ଯାହାକି ପକ୍ଷୀ ଙ୍କ ଲାଗି ବିପଦ ସୃଷ୍ଟି କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.