ଚାନ୍ଦିପୁରରେ ସମୁଦ୍ରରେ ଅଘଟଣ; ଗୁଳିମାଡ଼ରେ ଜଣେ ମତ୍ସ୍ୟଜୀବୀ ମୃତ, ଜଣେ ଗୁରୁତର

Published By : Prameya-News7 Bureau | September 28, 2022 IST

ବାଲେଶ୍ୱର ୨୮/୦୯: ମତ୍ସ୍ଯଜୀବୀଙ୍କ ଦେହରେ ଗୁଳି ବାଜିହବାରୁ ଜଣେ ମୃତ, ଜଣେ ଗୁରୁତର। ଏପରି ଘଟଣା ବାଲେଶ୍ୱର ଜିଲ୍ଲାରେ ଦେଖିବାକୁ ମିଳିଛି। ସୂଚନାଥାଉକି ଏକିକୃତ ପରୀକ୍ଷଣ ରେଞ୍ଜ ଚାନ୍ଦିପୁରର ପ୍ରବେଶ ନିଷିଦ୍ଧ ଥିବା ସମୁଦ୍ର ପରିସର ଭିତରେ ଅବାଧ ପ୍ରବେଶ ଯୋଗୁଁ ତାଙ୍କୁ ଗୁଳିମାଡ଼ ହୋଇଥିବା ଆଶଙ୍କା କରାଯାଉଛି। ଗୁରୁତରଙ୍କୁ ଏବେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି।

ଏପରି ଘଟଣା ଘଟିଛି ବୁଧବାର ପୂର୍ବାହ୍ଣ ୧୧:୩୦ ସମୟରେ ହୋଇଛିଛ। ମୃତକ ମତ୍ସ୍ୟଜୀବୀଙ୍କ ପରିଚୟ କମଳ ଲୋଚନ ମାଝି। ତାଙ୍କ ଛାତିର ଡାହାଣ ପାଖରେ ଗୁଳି ବାଜିଥିବା ଜଣାପଡ଼ିଛି। ଗୁରୁତରଙ୍କ ପରିଚୟ ପଦ୍ମଲୋଚନ ମଲ୍ଲିକ। ମଙ୍ଗଳବାର ଠାରୁ ସେମାନେ ବୋଟ୍‌ରେ ମାଛ ଧରିବାକୁ ଗଭୀର ସମୁଦ୍ରକୁ ଯାଇଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ଯୋଡ଼ାକୁଟି ଓ ଗଦାନଈ ମଝିରେ ଉଭୟଙ୍କ ଦେହରେ ଗୁଳି ବାଜିଥିଲା।  ସ୍ଥାନୀୟ ଜୟମା ଲକ୍ଷ୍ମୀ ନାମକ ବୋଟରେ ୭ ଜଣ ଧୀବର ମାଛ ମାରିବାକୁ ଯାଇଥିଲେ। ମୃତକଙ୍କ ଘର ସାର୍ଥା ବିନ୍ଧା ହୋଇଥିବା ବେଳେ ଗୁରୁତରଙ୍କ ଘର ସଦର ବ୍ଲକର କଷାଫଳରେ ବୋଲି କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.