Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଣି ଘେରରେ ଚାନ୍ଦବାଲି ବ୍ଲକର ୨୦ ଗାଁ, ଦୁର୍ବଳ ନଦୀବନ୍ଧ ପାଇଁ ଚିନ୍ତାରେ ଲୋକେ
  • ||
  • ଦେଶରେ ଉପର ତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୪୦୯୨ କରୋନା ପଜିଟିଭ୍
  • ||
  • ଆଉ ନାହାନ୍ତି ବିଶିଷ୍ଠ ଶିଳ୍ପପତି ତଥା ଭାରତର ୱାରେନ୍ ବଫେଟ୍‌ ରାକେଶ ଝୁନଝୁନୱାଲା: ୬୨ ବର୍ଷ ବୟସରେ ମୁମ୍ବାଇରେ ପରଲୋକ
  • ||
  • ମହାନଦୀ ଫୁଲୁଛି : ବୌଦ୍ଧରେ ବନ୍ୟା ସ୍ଥିତି, ହରଭଙ୍ଗା ବ୍ଲକ୍‌ର ୫୫ ଗାଁ ପ୍ରଭାବିତ
  • ||
  • କୁଲଗାମରେ ଆତଙ୍କବାଦୀଙ୍କ ଗ୍ରେନେଡ୍ ମାଡ, ଜଣେ ପୋଲିସ କର୍ମୀ ସହିଦ
  • ||
  • ଏସିଆ କପ୍ ପାଇଁ କୋହଲି ପ୍ରସ୍ତୁତ : ଇନଡୋର୍ ଷ୍ଟାଡିୟମରେ କଲେ ଜୋରଦାର ଅଭ୍ୟାସ
  • ||

କରୋନା ମୁକାବିଲା : ଏସ୍‌ଡିଆରଏଫ୍‌ରୁ ୨୨୫ କୋଟି ମଞ୍ଜୁର

17/03/2020 at 10:54 AM

ଭୁବନେଶ୍ୱର ୧୭।୦୩: କରୋନା ମୁକାବିଲା ପାଇଁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ୍‌)ରୁ ୨୨୫ କୋଟି ଟଙ୍କା ମଞ୍ଜୁର ହୋଇଛି । ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରିଣୀ ପରିଷଦ ବୈଠକରେ କରୋନା ମୁକାବିଲା ପାଇଁ ଏହି ପାଣ୍ଠି ଖର୍ଚ୍ଚ କରିବା ପାଇଁ ଅନୁମୋଦନ ମିଳିଛି ।

କରୋନାକୁ ବିପର୍ଯ୍ୟୟ ତାଲିକାଭୁକ୍ତ କରାଯିବା ପରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଏସ୍‌ଆରଏଫ୍‌ ପାଣ୍ଠି ଖର୍ଚ୍ଚ ନେଇ ବ୍ୟବସ୍ଥା କରାଯାଇଛି । ସୋମବାର ଦିନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏସ୍‌ଡିଆରଏଫ୍‌ ପାଣ୍ଠି ନେଇ ରାଜ୍ୟ କାର୍ଯ୍ୟକାରିଣୀ ପରିଷଦର ବୈଠକ ବସିଥିଲା । ଏଥିରେ କରୋନା ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ଏସ୍‌ଡିଆରଏଫରୁ ୨୨୫ କୋଟି ଟଙ୍କା ଦେବା ପାଇଁ ନିଷ୍ପତ୍ତି ହୋଇଛି । ଏହି ପାଣ୍ଠି କ୍ୱାରେଣ୍ଟାଇନ୍‌ କ୍ୟାମ୍ପ, ନମୁନା ସଂଗ୍ରହ, ସ୍କ୍ରିନିଂ, ରୋଗୀଙ୍କ ଅସ୍ଥାୟୀ ରହଣି ଓ ସେମାନଙ୍କ ପାଇଁ ଖାଦ୍ୟ, ଚିକିତ୍ସା ସେବା, ଲାବ୍‌ ପ୍ରତିଷ୍ଠା ଓ ଅତ୍ୟାଧୁନିକ ଯନ୍ତ୍ରପାତି କିଣା କାର୍ଯ୍ୟରେ ବିନିଯୋଗ ହେବ । ଏହି ବୈଠକରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ (ରାଜସ୍ୱ) ପ୍ରଦୀପ୍ତ କୁମାର ମହାପାତ୍ର, ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ୍ତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

   Related Posts