୧୭ ବର୍ଷୀଆ ଝିଅକୁ ବିବାହ କରାଉଥିଲେ ପରିବାର, ପହଞ୍ଚିଗଲେ ଏସ୍‌ଡିପିଓ ଓ ଚାଇଲ୍ଡ୍‌ ଲାଇନ୍‌ ଟିମ୍‌…

Published By : Prameya-News7 Bureau | July 24, 2022 IST

ଆନନ୍ଦପୁର ୨୪/୦୭: ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍ ଦଧିବାମନପୁର ଠାରେ ଚାଲିଥିଲା ବାଲ୍ୟ ବିବାହ। ଜଣେ ୨୦ ବର୍ଷର ପୁଅ ସହ ଜଣେ ୧୭ ବର୍ଷୀୟା ନାବାଳିକାର ବିବାହ ହେବାକୁ ଯାଉଥିଲା। ଏହି ଖବର ପାଇ ସେଠାରେ ସିଡିପିଓ, ସ୍ଥାନୀୟ ପୋଲିସ ଓ ଚାଇଲ୍ଡଲାଇନ୍ ଟିମ୍‌ ପହଞ୍ଚିଥିଲେ। ପୋଲିସ୍ ଓ ଚାଇଲ୍ଡ୍‌ ଲାଇନ୍ ଟିମ୍‌ର ସହାୟତାରେ ବାହଘର ବନ୍ଦ ହେବା ସହ ବର-କନ୍ୟାଙ୍କ ସହିତ ଉଭୟ ପକ୍ଷର ଅବିଭାବକଙ୍କୁ ଥାନାକୁ ନେଇ ସେଠାରେ ବିଭାଗୀୟ ଅଧିକାରୀ ଲେଖାପଢ଼ା କରାଇଛନ୍ତି। ଉଚିତ୍ ବୟସ ପୂର୍ବରୁ ଏହି ବାହାଘର ହେବ ନାହିଁ ବୋଲି ଉଭୟ ବର ଓ କନ୍ୟା ପକ୍ଷ ଲିଖିତ ଭାବେ ଜଣାଇଥିଲେ। ପରେ ଉଭୟ ପକ୍ଷଙ୍କୁ ଛାଡି ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.