ଚୋରା ସ୍କ୍ରାପ୍ ବୋଝେଇ ଟ୍ରକ୍ ଜବତ

Published By : Prameya-News7 Bureau | August 20, 2021 IST

ଆନନ୍ଦପୁର ୨୦।୮: ଆନନ୍ଦପୁର ଉପଖଣ୍ଡ ଦେଓଗାଁ ଅଞ୍ଚଳରୁ ସ୍କ୍ରାପ୍ ବୋଝେଇ ଏକ ମିନି ଟ୍ରକକୁ ଜବତ କରିଛି ଘଷିପୁରା ପୋଲିସ । ଗୁରୁବାର ରାତିରେ ମିନି ଟ୍ରକଟିରେ ଏକ ଚୋରା ବଡ଼ଟ୍ରକ୍ ର ଭଗ୍ନାଂଶ ବୋଝେଇ କରି ଯାଉଥିବା ବେଳେ ଦେଓଗାଁଠାରେ କିଛି ଯୁବକଙ୍କ ସନ୍ଦେହ ହେବାରୁ ପୋଲସକୁ ଖବର କରିଥିଲେ । ପୋଲିସ ପହଞ୍ଚି ଟ୍ରକ୍ ଜବତ କରିବା ସହ ପ୍ରାଥମିକ ତଦନ୍ତରୁ ସ୍କ୍ରାପ୍ ହରିଚନ୍ଦନପୁର ଅଞ୍ଚଳରୁ ଆସିଥିବା ଜାଣିବାକୁ ପାଇଛି । ତେବେ ଉକ୍ତ ସ୍କ୍ରାପ୍ ଗୁଡିକର କୌଣସି କାଗଜପତ୍ର ନଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.