LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବଢ଼ିଲା ହ୍ବିସ୍କି ଚାହିଦା: ଆମଦାନୀରେ ଫ୍ରାନ୍ସକୁ ପଛରେ ପକାଇଲା ଭାରତ

12/02/2023 at 10:29 PM

ନୂଆଦିଲ୍ଳୀ: ଭାରତରେ ବଢିବାରେ ଲାଗିଛି ଲଣ୍ଡନ ସ୍କଚ୍ ହ୍ଵିସ୍କିର ଚାହିଦା। ଆଉ ହ୍ଵିସ୍କି ସ୍କଚ୍‌ର କାରବାର ପାଇଁ ଭାରତ ସଂପ୍ରତି ବଡ ବଜାର ଭାବେ ଉଭା ହୋଇଛି। କେବଳ ସେତିକି ନୁହେଁ ଭାରତ ହ୍ବିସ୍କି ଆମଦାନୀରେ ଫ୍ରାନ୍ସକୁ ମଧ୍ୟ ପଛରେ ପକାଇଛି। ତଥ୍ୟ ଅନୁଯାୟୀ, ୨୦୨୨ରେ ବ୍ରିଟେନ୍‌ରୁ ଭାରତର ସ୍କଚ୍ ହ୍ବିସ୍କି ଆମଦାନୀ ୬୦ ପ୍ରତିଶତ ବଢ଼ିଛି। ସ୍କଟଲ୍ୟାଣ୍ଡ୍‌ର ଅଗ୍ରଣୀ ଉଦ୍ୟୋଗ ଏ ନେଇ ସୂଚନା ଦେଇଛି। ଭାରତ ଗତ ବର୍ଷ ସ୍କଚ୍‌ ହ୍ବିସ୍କିର ୭୦୦ ମିଲିମିଟରର ୨୧.୯ କୋଟି ବୋତଲ ଆମଦାନୀ କରିଥିଲା। ଏହି ସମାନ ଅବଧିରେ ଫ୍ରାନ୍ସ ବ୍ରିଟେନଠୁ ୨୦.୫ କୋଟି ବୋତଲ ଆମଦାନୀ କରିଥିବା ନେଇ ଶୁକ୍ରବାର ସ୍କଚ୍ ହ୍ବିସ୍କି ଆସୋସିଏସନ (SWA) ତରଫରୁ ସୂଚନା ଦିଆଯାଇଛି।

ଗତ ଦଶନ୍ଧିରେ ଭାରତୀୟ ସ୍କଚ୍ ବଜାରରେ ହୋଇଛି ୨୦୦ ପ୍ରତିଶତ ବୃଦ୍ଧି:

ତଥ୍ୟରୁ ଜଣାପଡ଼ିଛି ୨୦୨୨ରେ ଭାରତୀୟ ସ୍କଚ୍ ବଜାରର ବ୍ୟବସାୟ ୨୦୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି। ସ୍କଚ୍ ହ୍ବିସ୍କର ଆମଦାନୀ ମାମଲାରେ ଭାରତ ଫ୍ରାନ୍ସକୁ ପଛରେ ପକାଇଛି।

ଭାରତରେ ସ୍କଚ୍ ହ୍ବିସ୍କି ଆମଦାନୀ ଉପରେ ୧୫୦ ପ୍ରତିଶତ ଶୁଳ୍କ:

ସୂଚନାଯୋଗ୍ୟ ଭାରତ ଏବଂ ବ୍ରିଟେନ୍ ମଧ୍ୟରେ ମୁକ୍ତ ବାଣିଜ୍ୟ ନେଇ ହୋଇଥିବା ଚୁକ୍ତିନାମାରେ ହ୍ବିସ୍କି ଆମଦାନୀ ଏକ ଗୁରୁତ୍ଵ ପ୍ରସଙ୍ଗ ରହି ଆସିଛି। ବର୍ତ୍ତମାନ ଭାରତରେ ସ୍କଚ୍ ହ୍ବିସ୍କି ଆମଦାନୀ ଉପରେ ୧୫୦ ପ୍ରତିଶତ ଶୁଳ୍କ ଲାଗୁଛି। ତେବେ ଉଭୟ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ନେଇ ହୋଇଥିବା ରାଜିନାମା ଯୋଗୁଁ ସ୍କଟଲାଣ୍ଡ୍‌ର ହ୍ବିସ୍କି କମ୍ପାନୀଙ୍କୁ ବେଶ୍ ଫାଇଦା ମିଳିପାରେ। ଭାରତରେ ବଢୁଥିବା ସ୍କଚର ଚାହିଦା ଯୋଗୁଁ ଆଗାମୀ ପାଞ୍ଚ ବର୍ଷରେ ବ୍ରିଟେନ୍ ଏବଂ ସ୍କଟଲାଣ୍ଡକୁ ୨୨.୪୫୮ କୋଟି ଟଙ୍କାର ଅତିରିକ୍ତ ଲାଭ ମିଳିପାରେ ବୋଲି ସ୍କଚ୍ ହ୍ବିସ୍କି ଆସୋସିଏସନ ତଥ୍ୟରୁ ପ୍ରକାଶ।

ବ୍ରିଟେନ୍‌ରୁ ସବୁଠୁ ଅଧିକ ଆମେରିକାକୁ ହୋଇଛି ରପ୍ତାନୀ:

ସୂଚନା ଅନୁଯାୟୀ, ବ୍ରିଟେନ୍ ସବୁଠୁ ଅଧିକ ସ୍କଚ୍ ରପ୍ତାନୀ ଆମେରିକାକୁ କରି ଆସୁଛି। ସେହିପରି ସ୍କଟ୍‌ଲାଣ୍ଡ ଗତ ବର୍ଷ ଆମେରିକାକୁ ୧୦୫.୩ କୋଟି ଡଲାରର ହ୍ବିସ୍କି ରପ୍ତାନୀ କରିଥିବା ବେଳେ ଭାରତକୁ ୨୮.୨ କୋଟି ପାଉଣ୍ଡ୍‌ର ହ୍ବିସ୍କି ପଠାଇଛି।

   Related Posts