ଗଛରେ ପିଟିହେଲା ସ୍କର୍ପିଓ, ଜଣେ ମୃତ ୨ ଗୁରୁତର

Published By : Prameya-News7 Bureau | January 23, 2020 IST

କରଞ୍ଜିଆ ୨୩।୦୧ - କରଞ୍ଜିଆ କୁଡୁମା ଛକ ନିକଟରେ ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ ।ରାଇରଙ୍ଗପୁର ଝରାଡ଼ିରୁ ରୋଗୀ ନେଇ କଟକ ଯାଉଥିବା ବେଳେ ଏହି ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୁରୁତରଙ୍କୁ ପ୍ରଥମେ କରଞ୍ଜିଆ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ମୃତକ ହେଉଛନ୍ତି ତିରିଂ ଥାନା ବଡକେଡମ ଗାଁର ଧନପତି ବେହେରା ।

 ଗତ କାଲି ବିଳମ୍ବିତ ରାତିରେ ରାଇରଙ୍ଗପୁର ଝରାଡ଼ି ରୁ ରୋଗୀକୁ ନେଇ କଟକ ଏସ୍‌ସିବିକୁ ଯାଉଥିଲା ବେଳେ କରଞ୍ଜିଆ କୁଡୁମା ଛକ ନିକଟରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ରୋଗୀର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.