ବେଙ୍ଗାଲୁରୁ: ସ୍କୁଟର ଆରୋହୀ ରଙ୍ଗରୋଡରେ ସୁମୋକୁ ଧକ୍କା ଦେଇ ଘୋଷାରି ନେଲେ ଚାଳକଙ୍କୁ, ଦେଖନ୍ତୁ Video
17/01/2023 at 6:08 PM

ବେଙ୍ଗାଲୁରୁ ୧୭।୧: ବେଙ୍ଗାଲୁରୁ ବିଜୟନଗର ଅଞ୍ଚଳରେ ଜନୈକ ଦୁଇ ଚକିଆ ବାହନ ଚାଳକ ସ୍ପଷ୍ଟ ଦିବାଲୋକରେ ଜଣେ ବ୍ୟକ୍ତିଙ୍କୁ ରାସ୍ତାରେ ଘୋଷାରି ଘୋଷାରି ନେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଜଲ୍ୟ ସୃଷ୍ଟି କରିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଭାଇରାଲ ହେବାରେ ଲାଗିଛି। ଏହି ଦୁର୍ଘଟଣା ହୋସାହଲ୍ଲି ମେଟ୍ରୋ ଷ୍ଟେସନ ନିକଟରେ ହୋଇଛି। ରଙ୍ଗ ସାଇଡରେ ଆସୁଥିବା ସ୍କୁଟର ଚାଳକ ଟାଟା ସୁମୋକୁ ଧକ୍କା ଦେଇ ପଳାଉଥିବା ବେଳେ ଏହି ଘଟଣା ଘଟିଛି।
ସୁମୋ ଚାଳକ ଦୁଇ ଚକିଆ ବାହନ ଚାଳକଙ୍କୁ ଅଟକାଇବା ଲାଗି ତାଙ୍କ ଗାଡି ପଛପଟେ ଓହଳି ପଡିଥିବା ବେଳେ ସେ ତାଙ୍କୁ ଘୋଷାରି ନେଇଛନ୍ତି। ବାଇକ ଚାଳକ ବ୍ୟକ୍ତିଙ୍କୁ ପାଖାପାଖି ୧୦୦ ମିଟର ଘୋଷାରି ନେଇଥିଲେ। ତେବେ ଆଖପାଖର ବାହନ ଚାଳକମାନେ ସ୍କୁଟର ଚାଳକକୁ ରୋକି ଦେବା ଯୋଗୁ ଗାଡିର ପଛରେ ଝୁଲୁଥିବା ସୁମୋ ଚାଳକ ଖଣ୍ଡିଆ ଖାବରା ହୋଇ ବର୍ତ୍ତି ଯାଇଛନ୍ତି। ମାମଲାରେ ଗୋବିନ୍ଦରାଜ ନଗର ପୋଲିସ ଏକ ଏତଲା ରୁଜୁ କରିବା ସହ ସ୍କୁଟର ଚାଳକ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିଛି।
#WATCH बेंगलुरु के मगदी रोड पर एक शख्स को स्कूटर के पीछे घसीटने का वीडियो सामने आया है।
— ANI_HindiNews (@AHindinews) January 17, 2023
पीड़ित का इलाज चल रहा है। स्कूटर के चालक को पुलिस ने गोविंदराज नगर पुलिस स्टेशन से पकड़ा है: डीसीपी वेस्ट बेंगलुरु
(पुलिस ने वीडियो की पुष्टि की) pic.twitter.com/Z7Um0HnS9h
ପଶ୍ଚିମ ବେଙ୍ଗାଲୁର ଡିସିପି ମଗଦୀ ରୋଡରେ ଜନୈକ ସ୍କୁଟର ଚାଳକ ବ୍ୟକ୍ତିଙ୍କୁ ଘୋଷାରି ନେଉଥିବାର ଭିଡିଓ ସାମ୍ନାକୁ ଆସିଥିବାର କହିଛନ୍ତି। ଗାଡି ପଛରେ ଘୁଷୁରୁଥିବା ବ୍ୟକ୍ତିଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୋବିନ୍ଦରାଜ ନଗର ପୋଲିସ ସ୍କୁଟର ଚାଳକଙ୍କୁ ଅଟକ ରଖିଛି। କୁହାଯାଉଛି ସ୍କୁଟର ଚଳାଉଥିବା ଯୁବକ ରଙ୍ଗ ସାଇଡରେ ଆସି ଟାଟା ସୁମୋକୁ ଧକ୍କା ଦେଇଥିଲା। ଟାଟା ସୁମୋ ଡ୍ରାଇଭର ଏହାକୁ ନେଇ ଆପତ୍ତି କରିଥିଲେ। ତେବେ ସେତିକି ବେଳେ ସ୍କୁଟର ଚାଳକ ଖସି ପଳାଇବାକୁ ଉଦ୍ୟମ କରିଥିଲେ।
ସ୍କୁଟର ଚାଳକ ଖସି ପଳାଉଥିବା ବେଳେ ସୁମୋ ଚାଳକ ଗାଡିର ପଛକ୍ୟାରିୟରକୁ ଜାବୁଡି ଧରିଥିଲେ। ତେବେ ସ୍କୁଟର ଚାଳକ ତାଙ୍କୁ ଘୋଷାରି ଘୋଷାରୀ ନେଇଯାଇଥିଲା। ମଗଦୀରୋଡ ଗେଟ୍ ରୁ ହୋସହଲ୍ଲିମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ସ୍କୁଟର ବ୍ୟକ୍ତିଙ୍କୁ ଘୋଷାରି ନେଇଥିଲା। ସେତେବେଳେ ସେହି ରାସ୍ତାରେ ଯାଉଥିବା ଲୋକେ ଓଭରଟେକ୍ କରି ସ୍କୁଟର ଚାଳକକୁ ଅଟକାଇଥିଲେ। ଗାଡି ପଛରେ ଘୁଷୁରି ସୁମୋ ଚାଳକ ଗୁରୁତର ଆହତ ହୋଇଛନ୍ତି।