ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଗୁରୁତର, ସ୍କୁଟିକୁ ପିଟିବା ପରେ ଘୋଷାରିନେଲା କାର

Published By : Prameya-News7 Bureau | October 02, 2023 IST

ଭୁବନେଶ୍ୱର ୦୨/୧୦: ଭୁବନେଶ୍ୱର ସାଲିଆ ସାହି ନିକଟ ୨ ଶହ ଫୁଟିଆ ରୋଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର । ଦୁର୍ଘଟଣା ପରେ ସ୍କୁଟି ଚାଳକଙ୍କୁ କିଛି ବାଟ ଘୋଷାଡି ନେଲା କାର୍ । ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି ସ୍ଥାନୀୟ ଲୋକେ । ଘଟଣାସ୍ଥଳରେ ୨ ପିସିଆର୍ ସହ ମୈତ୍ରୀ ବିହାର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।

ସେପଟେ ଦୁର୍ଘଟଣାରେ ଗୁରୁତରଙ୍କ ପରିଚୟ ମିଳିପାରିନି । ଆହୁରି ବି ଦୁର୍ଘଟଣା ଘଟାଇଥିବା କାର୍ ଚାଳକ କିଏ ବି ଜଣାପଡିନି । ପୋଲିସ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ । ସେପଟେ ଦୁର୍ଘଟଣା ପରେ କିଛି ସନମୟ ପାଇଁ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ପହଞ୍ଚିବା ପରେ ସବୁକିଛି ଠିକ୍ ଅଛି ।

wp:embed {"url":"https://www.prameyanews7.com/fire-broke-out-while-installing-a-regulator-in-a-gas-cylinder/","type":"wp-embed","providerNameSlug":"prameya-news-7"}
https://www.prameyanews7.com/fire-broke-out-while-installing-a-regulator-in-a-gas-cylinder/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.