ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ସ୍କୁଟିରେ ନିଆଁ, ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା

10/12/2020 at 12:19 PM

ଗଣିଆ,୧୦/୧୨:ନୟାଗଡ ଜିଲ୍ଲା ଗଣିଆ-ଦଶପଲ୍ଲା ରାସ୍ତାରେ ଏକ ଚଳନ୍ତା ସ୍କୁଟି ଜଳିଯାଇଛି । ତେବେ ସ୍କୁଟିରେ ବସିଥିବା ଆରୋହୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ସୂଚନାନୁସାରେ, ବୁଧବାର ସକାଳ ୧୦ଟା ବେଳେ ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ନୂଆପଡ଼ା ଗ୍ରାମର ଭୁବନେଶ୍ୱର ଦାସ ଓ ତାଙ୍କ ପୁଅ ନାରାୟଣ ଏକ ସ୍କୁଟିରେ ଘରୁ ବାହାରିଥିଲେ । ପୁଅ ନାରାୟଣ ବାପାଙ୍କୁ ଆଡ଼କଟା ବଜାରରେ ଛାଡ଼ି ଗଣିଆ ଆସୁଥିଲେ। କିଛି ବାଟ ଆସିବା ପରେ ଗାଡ଼ି ସିଟ୍‌ଟି ତାଙ୍କୁ ଗରମ ଲାଗିଥିଲା। । ଏହା ସହ ସେ ଏକ ଶବ୍ଦ ମଧ୍ୟ ଶୁଣିବାକୁ ପାଇଥିଲେ । ସେ ସଙ୍ଗେ ସଙ୍ଗେ ଗାଡ଼ିଟିକୁ ରାସ୍ତା କଡ଼କୁ ନେଇ ଓହ୍ଲାଇ ପଡିଥିଲେ । ଆହୁରି ମଧ୍ୟ ଗାଡ଼ିଟି ନିଆଁ ଲାଗିଥିବା ଦେଖିଥିଲେ। ସେ ସଙ୍ଗେ ସଙ୍ଗେ ଗାଡ଼ି ଡିକିରେ ଥିବା ଜିନିଷ ଓ କାଗଜପତ୍ର ବାହାର କରି । ଭୟରେ ଦୂରକୁ ଚାଲିଯାଇଥିଲେ। ଗାଡ଼ିଟି ରାସ୍ତରେ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା ।

ସୂଚନା ପାଇବା ପରେ ଗଣିଆ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲାଗିବା ଯୋଗୁଁ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି  । ସର୍ଟସର୍କିଟ ହୋଇ ଗାଡିରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

   Related Posts