ପୋଲିସ୍‌କୁ ଚାଲାଣର ପ୍ରମାଣ ମାଗିଲେ ଗାଡ଼ି ଚାଳକ, ଭାଇରାଲ ହେଉଛି ଉତ୍ତର

Published By : Prameya-News7 Bureau | March 12, 2023 IST

ନୂଆଦିଲ୍ଲୀ, ୧୨/୦୩: ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଅନଲାଇନ୍‌ରେ ସଙ୍ଗେ ସଙ୍ଗେ ଚାଲାଣ କଟିଥାଏ। ଖାସ୍‌ କରି ବଡ଼ ବଡ଼ ସହର ମାନଙ୍କରେ ନିୟମ ଭାଙ୍ଗିଲେ ଅନଲାଇନ୍ ଚାଲାଣ କଟିବା ସ୍ବାଭାବିକ କଥା। ଅନେକ ସମୟରେ ଭୁଲ୍‌ ଅନଲାଇନ୍‌ ଚାଲାଣ କଟିଥିବା ଖବର ମଧ୍ୟ ସାମ୍ନାକୁ ଆସିଛି। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ବେଙ୍ଗାଲୁରୁରୁ। ଏଠାରେ ଜ​‌ଣେ ବ୍ୟକ୍ତିଙ୍କ ଚାଲାଣ କଟିଥିଲା କିନ୍ତୁ ସେ ଏହାର ପ୍ରମାଣ ମାଗିବା ସହ ନିଜର ସନ୍ଦେହ ଦୂର କରିବା ପାଇଁ ଏକ ଟ୍ବିଟ୍‌ କରିଥିଲେ ଯାହାର ଉତ୍ତର ଦେଇଥିଲଲା ବେଙ୍ଗାଲୁରୁ ପୋଲିସ୍‌ । ଯାହା ଏବେ ଭାଇରାଲ ହେଉଛି।

ଟ୍ବିଟ୍‌ରେ ସ୍କୁଟର ମାଲିକ ବେଙ୍ଗାଲୁରୁ ପୋଲିସକୁ ଏବଂ ବେଙ୍ଗାଲୁରୁ ଟ୍ରାଫିକ୍ ପୋଲିସ୍‌କୁ ଟ୍ୟାଗ୍ କରି ନିଜର ସନ୍ଦେହ କହିଥିଲେ। ସେ କହିଥିଲେ ଯେ ଏହାର କୌଣସି ସ୍ପଷ୍ଟ ପ୍ରମାଣ ନାହିଁ ଯେ ସେ ହେଲମେଟ୍‌ ପିନ୍ଧିନଥିଲେ। ସେ ପୋଲିସକୁ ପ୍ରମାଣ ମାଗିଥିଲେ ନହେଲେ ଚାଲାଣ ରଦ୍ଦ କରିବାକୁ କହିଥିଲେ। ସେ କହିଥିଲେ ଯେ ପୂର୍ବରୁ ମଧ୍ୟ ଭୁଲ୍‌ ଚାଲାଣ ପାଇଥଲେ ତେଣୁ ଯେପର୍ଯ୍ୟନ୍ତ ପ୍ରକୃତ ପ୍ରମାଣ ପାଇନାହାଁନ୍ତି ସେ ପର୍ଯ୍ୟନ୍ତ ଚାଲାଣ ଭରିବେନି ବୋଲି କହିଥିଲେ। ଏହା ସେ ଗାଡ଼ି ମାଲିକ ଚାଲାଣର ଏକ ଫଟୋ ମଧ୍ୟ ସେୟାର କରିଥିଲେ।

ତେବେ ଏଥିରେ ବେଙ୍ଗାଲୁରୁ ପୋଲିସ୍ ତାଙ୍କର ସଂପୂର୍ଣ୍ଣ ଫଟୋ ସେୟାର କରିଥିଲେ। ଯେଉଁଥିରେ ସ୍ପଷ୍ଟ ଭାବରେ ଦେଖାଯାଉଛି ବ୍ୟକ୍ତି ଜଣକ ହେଲମେଟ ପିନ୍ଧି ନାହାଁନ୍ତି। ପ୍ରକୃତରେ ପୂର୍ବରୁ ପୋଲିସ୍‌ କେବଳ ଗାଡ଼ିର ନମ୍ବର ଫଟୋ ଦେଇଥଲେ। ତେବେ ପୋଲିସ୍‌ର ଉତ୍ତର ପରେ ମାଲିକ ଜଣକ ଟ୍ବିଟ ହଟାଇଦେଇଥିଲେ। ସେପଯେ ବେଙ୍ଗାଲୁରୁ ପୋଲିସର ଉତ୍ତରର ଅନେକ ଲୋକ ପ୍ରଶଂସା କରିଛନ୍ତି ଏବଂ ଯୁବକଙ୍କୁ ତାଙ୍କର ପ୍ରମାଣ ମିଳିଯାଇଥିବ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.