ସନାତନକୁ ଗାଳି କରୁଥିଲେ ଆଉ ଏବେ...ମିଗଜୋମ୍‌ର ତାଣ୍ଡବ ପରେ ଉଦୟନିଧିଙ୍କୁ କାନେରିଆଙ୍କ ତାର୍ତ୍ସଲ୍ୟ

Published By : Prameya-News7 Bureau | December 05, 2023 IST

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼ ମିଗଜୋମ ଅନେକ ରାଜ୍ୟରେ ନିଜର କରାଳ ରୂପ ଦେଖାଇଛି। ବାତ୍ୟାର ତାଣ୍ଡବ କାରଣରୁ ତାମିଲନାଡ଼ୁରେ ଅତି କମରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ଘଟିଛି। ମିଗଜୋମର ପ୍ରାକୃତିକ ବିପର୍ଯ୍ୟୟ ପରେ ପାକିସ୍ତାନର ପୂର୍ବତନ କ୍ରିକେଟର ଦାନିଶ କାନେରିଆ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ତଥା କ୍ରୀଡ଼ା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ଆକ୍ଷେପ କରିଛନ୍ତି। ଉଦୟନିଧି କିଛି ସପ୍ତାହ ପୂର୍ବେ ସନାତନ ଧର୍ମକୁ ନେଇ ଅପମାନଜନକ ଟିପ୍ପଣୀ କରିଥିଲେ, ଯାହାକୁ ନେଇ ସମଗ୍ର ଦେଶରେ ଖୁବ୍ ବିବାଦ ହୋଇଥିଲା।

wp:heading {"level":4}

Also read- ଆପଣଙ୍କ ବୟସ ହୋଇ ସାରିଛି: ଟିଏମସି ସାଂସଦଙ୍କୁ କଡ଼ା ଜବାବ ଦେଲେ ଅମିତ୍ ଶାହ

/wp:heading

ଉଦୟନିଧି ଏକ ସମ୍ମିଳନୀରେ କହିଥିଲେ ଯେ, ସନାତନ ଧର୍ମ ମାଲେରିଆ ଡେଙ୍ଗୁ ପରି ଏକ ରୋଗ, ଯାହାକୁ ସମାପ୍ତ କରିବା ଜରୁରୀ। ଉଦୟନିଧିଙ୍କ ଏହି ମନ୍ତବ୍ୟକୁ ନେଇ କାନେରିଆ ମଙ୍ଗଳବାର ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, କିଛି ସପ୍ତାହ ପୂର୍ବେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ସନାତନ ଧର୍ମକୁ ଗାଳି କରୁଥିଲେ। ଏବେ ରାଜ୍ୟରେ ବାତ୍ୟା ପରି ସ୍ଥିତିରେ ସେହି ସନାତନ ଧର୍ମର ଲୋକେ ପୀଡ଼ିତଙ୍କୁ ସାହାଯ୍ୟ କରୁଛନ୍ତି। କାନେରିଆ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଅନେକ ଲୋକ ମୁସ୍କିଲ ସ୍ଥିତିରେ ଖାଦ୍ୟ ବାଣ୍ଟୁଥିବା ଦେଖିବାକୁ ମିଳିଛି। ଭିଡିଓରେ ଶ୍ରୀରାମକୃଷ୍ଣ ମଠ ଉଲ୍ଲେଖ କରାଯାଇଛି।

wp:html /wp:html

ସୂଚନା ଥାଉକି, ଭୀଷଣ ବାତ୍ୟା ‘ମିଗଜୋମ’ ର ଲ୍ୟାଣ୍ଡଫଲ୍ କରିଛି । ବାତ୍ୟା ‘ମିଗଜୋମ’ ଆନ୍ଧ୍ର ପ୍ରଦେଶର ବାପଟଲା ସମୁଦ୍ର ତଟ ଦେଇ ଅତିକ୍ରମ କରିଛି । ସ୍ଥଳଭାଗ ଅତିକ୍ରମ କରିବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୧୦ କିଲୋମିଟର ରହିଥିଲା । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ପ୍ରବଳ ବର୍ଷା ହୋଇଛି । ବାପଟଲା ସମୁଦ୍ର ତଟ ଦେଇ ବାତ୍ୟା ଅତିକ୍ରମ କରିବା ପୂର୍ବରୁ ସମସ୍ତ ନାଗରିକଙ୍କୁ ସମୁଦ୍ର ତଟରୁ ଦୂରକୁ ନିଆଯାଇଥିଲା । ତାମିଲନାଡୁର ରାଜଧାନୀ ଚେନ୍ନାଇରେ ପ୍ରବଳ ବର୍ଷା କାରଣରୁ ରାସ୍ତା ବୁଡିଯିବା ସହ ଅନେକ ଘରେ ପାଣି ପଶିଯାଇଛି । ତାମିଲନାଡ଼ୁ, ପୁଡୁଚେରୀ ଓ ଆନ୍ଧ୍ରପ୍ରଦେଶ ସବୁଠୁ ଅଧିକ ପ୍ରଭାବିତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.