ବେଙ୍ଗାଲୁରୁରୁ ଫେରୁଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ୧୯ ସମର୍ଥକ, ମନ୍ତ୍ରୀ ପଦ ହରାଇଲେ ୬

Published By : Prameya-News7 Bureau | March 13, 2020 IST

ଭୋପାଲ ୧୩।୩:  କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଥିବା ଦିଗ୍ଗଜ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥକ ୧୯ ବିଧାୟକ ଶୁକ୍ରବାର ବେଙ୍ଗାଲୁରୁରୁ ଭୋପାଲ ଫେରୁଛନ୍ତି। ଏମାନଙ୍କ ମଧ୍ୟରେ କମଲ ନାଥ ସରକାରଙ୍କର ୬ ମନ୍ତ୍ରୀ ବି ଅଛନ୍ତି। ତେବେ ସେମାନଙ୍କ ପ୍ରତ୍ୟାବର୍ତ୍ତନର ଠିକ୍ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ରାଜ୍ୟପାଳ ଲାଲଜୀ ଟଣ୍ଡନ ମନ୍ତ୍ରୀମାନଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି।

{"id":237785,"sizeSlug":"large"}

ମୁଖ୍ୟମନ୍ତ୍ରୀ କମଲ ନାଥ ଶୁକ୍ରବାର ରାଜ୍ୟପାଳଙ୍କୁ ଭେଟିଥିଲେ। ସାକ୍ଷାତ ଆଲୋଚନା ବେଳେ କମଲ ନାଥ ଫ୍ଲୋର ଟେଷ୍ଟ ଲାଗି  ଦିନ ଧାର୍ଯ୍ୟ କରିବାକୁ ନିବେଦନ କରିବା ସହ ବିଦ୍ରୋହୀ ବିଧାୟକଙ୍କୁ ବେଙ୍ଗାଲୁରୁରୁ ଡକାଇବାକୁ ରାଜ୍ୟପାଳଙ୍କୁ କହିଥିଲେ। ତେବେ ବିଧାୟକଙ୍କ ପ୍ରତ୍ୟାବର୍ତ୍ତନ ପୂର୍ବରୁ ରାଜା ଭୋଜ ବିମାନ ବନ୍ଦରର ସୁରକ୍ଷା କଡାକଡି କରାଯାଇଛି। ଉଭୟ କଂଗ୍ରେସ ଓ ବିଜେପି କାର୍ଯ୍ୟକର୍ତ୍ତା ଓ ସମର୍ଥକ ବିମାନ ବନ୍ଦରକୁ ଘେରି ରହିଛନ୍ତି। ବିମାନ ବନ୍ଦରରେ ଏତେ ସଂଖ୍ୟକ ଲୋକଙ୍କ ଉପସ୍ଥିତିକୁ ଦେଖି ପ୍ରଶାସନ ପକ୍ଷରୁ ସେଠାରେ ୧୪୪ ଧାରା ଜାରି କରାଯାଇଛି।

{"id":237786,"width":583,"height":379,"sizeSlug":"large"}

କୁହାଯାଉଛି ବିଜେପିକୁ  ଯାଇସାରିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ରାଜ୍ୟସଭା ପ୍ରାର୍ଥୀପତ୍ର ଦାଖଲରେ ଏହି ବିଧାୟକମାନେ ଯୋଗଦେବେ। ତେବେ ମୁଖ୍ୟମନ୍ତ୍ରୀଙ୍କ ସୁପାରିଶରେ କମଲନାଥଙ୍କ ସରକାରରେ ମନ୍ତ୍ରୀ ଥିବା ଇମର୍ତି ଦେବୀ, ତୁଲସୀ ସିଲାବଟ, ମହେନ୍ଦ୍ର ସିଂ ସିସୋଦିଆ, ପ୍ରଦ୍ୟୁମ୍ନ ସିଂ ସିସୋଦିଆ ଓ ପ୍ରଭୁରାମ ଚୌଧୁରୀଙ୍କୁ ରାଜ୍ୟପାଳ ମନ୍ତ୍ରୀପଦରୁ ହଟାଇ ଦେଇଛନ୍ତି। ତେବେ ସିନ୍ଧିଆଙ୍କ ସମର୍ଥନରେ ଇସ୍ତଫା ଦେଇଥିବା ଏହି ମନ୍ତ୍ରୀ ଓ ବିଧାୟକଙ୍କ ଇସ୍ତଫା ଏପର୍ଯ୍ୟନ୍ତ ମଞ୍ଜୁର ହୋଇନଥିବା ଜଣାପଡିଛି।

{"id":237787,"sizeSlug":"large"}

ବିଧାୟକମାନେ ଭୋପାଲ ଫେରିବା ପରେ ରାଜ୍ୟପାଳ ଓ ବିଧାନସଭା ବାଚସ୍ପତିଙ୍କୁ ଭେଟିବେ ବୋଲି ଜଣାପଡିଛି। ଏଥିଲାଗି ଗୁରୁବାର ବାଚସ୍ପତି ବ୍ୟକ୍ତିଗତ ହାଜର ଲାଗି ବିଧାୟକମାନଙ୍କୁ ନୋଟିସ୍ ଜାରି କରିଥିଲେ। ସେମାନେ ଉପସ୍ଥିତ ହୋଇ ସ୍ୱେଚ୍ଛାରେ ଅଥବା ବାଧ୍ୟବାଧକତାରେ ଇସ୍ତଫା ଦେଉଛନ୍ତି ତାହା ସ୍ପଷ୍ଟ କରିବାକୁ କହିଥିଲେ ବାଚସ୍ପତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.