ଗଭୀର ସମୁଦ୍ରରୁ ମିଳିଲା ଅଜବ ଜୀବ; ଭୟଭୀତ ହୋଇଗଲେ ବୈଜ୍ଞାନିକ, କଣ ଏହା ଅନ୍ୟ ଗ୍ରହରୁ ପୃଥିବୀକୁ ଆସିଛି ?

Published By : Prameya-News7 Bureau | August 13, 2023 IST

ନୂଆଦିଲ୍ଲୀ ୧୩।୦୮ : ରହସ୍ୟମୟ ପୃଥିବୀ । ଏଥିରେ ରହିଛନ୍ତି ଅନେକ ପ୍ରଜାତିର ଜୀବଜନ୍ତୁ । ଏବେ ଆଣ୍ଟାର୍କଟିକ୍ ମହାସାଗରରେ ବୈଜ୍ଞାନିକ ଏପରି ଏକ ଜୀବ ପାଇଛନ୍ତି, ଯାହାର ରହିଛି ୨୦ଟି ହାତ । ଏହା ଅନ୍ୟ ଗ୍ରହରୁ ପୃଥିବୀକୁ ଆସିଥିବା ଜୀବ ପରି ଦେଖାଯାଉଛି  । କାରଣ ଆଜି ପର୍ଯ୍ୟନ୍ତ ପୃଥିବୀରେ ଏପ୍ରକାର ଜୀବକୁ ଦେଖି ନାହାଁନ୍ତି ମଣିଷମାନେ । ଏମିତିକି ଇତିହାସର କୌଣସି ବି ସ୍ଥାନରେ ଉଲ୍ଲେଖ ନାହିଁ ଏହି ଜୀବ ବିଷୟରେ । ଆସନ୍ତୁ ଜାଣିବା ସେହି ରହସ୍ୟମୟ ଜୀବ ବିଷୟରେ…   

{"id":830320,"width":839,"height":1512,"sizeSlug":"large","linkDestination":"none"}

ବାସ୍ତବରେ ବୈଜ୍ଞାନିକ ଟିମ୍‌ ଆଣ୍ଟାର୍କଟିକାରେ ସମୁଦ୍ରୀ ଜୀବଙ୍କର ସନ୍ଧାନ କରୁଥିଲେ । ଯେଉଁମାନେ କି ଗଭୀର ସମୁଦ୍ରରେ ବାସ କରିଥାନ୍ତି । ବୈଜ୍ଞାନିକମାନେ ପାଖାପାଖି ୬୫ ହଜାର ଫୁଟ ଗଭୀରକୁ ଯିବା ପରେ ତାଙ୍କୁ ଏପରି ଏକ ଜୀବ ମିଳିଥିଲା ଯାହା ଅନ୍ୟ ଦୁନିଆର ଜୀବ ପରି ଲାଗୁଥିଲା । ଏହି ଜୀବର ୨୦ ଟି ହାତ ଥିଲା । ଧଳା ରଙ୍ଗର ଏହି ପ୍ରାଣୀ ସମୁଦ୍ରରେ ଭିନ୍ନ ନଜର ଆସୁଥିଲା । ଏହା ଏକ ବଡ ଷ୍ଟ୍ରବେରୀ ପରି ଥିଲା ।  ଯେତେବେଳେ ବୈଜ୍ଞାନିକମାନେ ଏହାକୁ ବାହାରକୁ ଆଣିଥିଲେ, ସେତେବେଳେ ସମସ୍ତେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

{"id":830321,"sizeSlug":"full","linkDestination":"none"}

ବୈଜ୍ଞାନିକମାନେ ଏହି ଜୀବର ନାଁ ଷ୍ଟ୍ରବେରୀ ଦେଇଛନ୍ତି । ଏହାର ଆକାରକୁ ନଜରରେ ରଖି ଏପରି ନାମକରଣ କରାଯାଇଛି । ସବୁଠାରୁ ବଡ କଥା ହେଉଛି ଏହି ଜୀବ ଯେତେବେଳେ ଚାହିଁବ ନିଜର ରଙ୍ଗ ପରିବର୍ତ୍ତନ କରିପାରିବ। ବେଳେବେଳେ ଏହି ଜୀବ ବାଇଗଣୀ ଏବଂ ବେଳେବେଳେ ଲାଲ ରଙ୍ଗ ହୋଇଯାଇଥାଏ । ବୈଜ୍ଞାନିକଙ୍କ ଅନୁଯାୟୀ,  ଏହି ଜୀବର ଯେତେବେଳେ ପରୀକ୍ଷା କରାଯାଇଥିଲା, ସେତେବେଳେ ଜଣାପଡିଥିଲା ​​ଯେ ଏହା ଏପର୍ଯ୍ୟନ୍ତ ମିଳିଥିବା କୌଣସି ଜୀବଙ୍କ ପ୍ରଜାତିର ଅଂଶ ନୁହଁ ।  ଏହା ନିଜେ ଏକ ଅନନ୍ୟ ଜୀବ ।

You Can Read:

wp:embed {"url":"https://www.prameyanews7.com/eugene-merle-shoemaker-is-the-only-human-whose-grave-is-on-the-moon/","type":"wp-embed","providerNameSlug":"prameya-news-7"}
https://www.prameyanews7.com/eugene-merle-shoemaker-is-the-only-human-whose-grave-is-on-the-moon/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.