ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଖଣିଜ ସମ୍ପଦ ସମ୍ପର୍କିତ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଆଧୁନିକ ଜ୍ଞାନ କୈାଶଳ ବ୍ୟବହାର ଉପରେ ବିଶେଷଜ୍ଞଙ୍କ ଗୁରୁତ୍ୱ

20/05/2019 at 6:25 PM

ଭୁବନେଶ୍ୱର, ୨୦/୫ : ଖଣିଜ ସମ୍ପଦ ଯଦିଓ ଅର୍ଥନୈତିକ ବ୍ୟବସ୍ଥାକୁ ସୁଦୃଢ଼ କରୁଛି, ଏହା ଦ୍ୱାରା ପରିବେଶ ଉପରେ ଖୁବ୍ ନକାରାତ୍ମକ ପ୍ରଭାବ ପଡ଼ୁଛି । ତେବେ ଆଧୁନିକ ଜ୍ଞାନକୈାଶଳ ଦ୍ୱାରା ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ସୋମବାର ମତ ରଖିଛନ୍ତି ଦେଶର ଜଣେ ବିଶିଷ୍ଟ ବୈଜ୍ଞାନିକ ।

ସୁରକ୍ଷିତ ଖଣି କାରବାର ପାଇଁ ଆଜି ଜ୍ଞାନକୈାଶଳ ଉପଲବ୍ଧ । ତେଣୁ ଆମକୁ ଆଉ ଅପେକ୍ଷା କରିବାର ଆବଶ୍ୟକତା ନାହିଁ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସଟି) ଠାରେ ଅନୁଷ୍ଠିତ “ଗ୍ରୀନ୍ ଟେକ୍ନୋଲୋଜି ଫର୍ କ୍ଲିନ ଏନ୍ଭାର୍ମେଂଟ” ଉପରେ ଜାତୀୟ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରେ ମ୍ୟାଟେରିଆଲ୍ସ ଇଞ୍ଜିନିୟରିଂ ବିଭାଗର ଏମିରିଟସ ପ୍ରଫେସର କେ.ଏ. ନଟରାଜନ୍ ।

ସୋଆର ବାୟୋଫୁଏଲ୍ ଏବଂ ବାୟୋପ୍ରୋସେସିଙ୍ଗ ରିସର୍ଚ୍ଚ ସେଂଟର୍ (ବିବିଆର୍ସି) ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଅନେକ ବୈଜ୍ଞାନିକ, ଗବେଷକ, ଶିକ୍ଷାବିତ୍ ଏବଂ ଉଦ୍ୟୋଗୀମାନେ ଯୋଗ ଦେଇଥିଲେ ।

ଖଣି କାରବାର ଯୋଗୁଁ ପରିବେଶ ଉପରେ ପ୍ରଭାବ ପଡ଼ୁଥିବା ଦର୍ଶାଇ ପ୍ରଫେସର ନଟରାଜନ୍ କହିଥିଲେ ଯେ ବିଭିନ୍ନ ଖଣିଜ ଖନନ ଦ୍ୱାରା ଭୂତଳ ଜଳ ଦୂଷିତ ହେଉଛି ।

ସେ କହିଛନ୍ତି ଓଡ଼ିଶା ହେଉଛି ଭାରତର ସବୁଠାରୁ ଉକ୍ରୃଷ୍ଟ ଖଣିଜ ସମ୍ପଦ ଭରା ରାଜ୍ୟ । ତେଣୁ ଏଠାରେ ପ୍ରଦୂଷଣକୁ ରୋକିବା ସହ ପରିବେଶ ସୁରକ୍ଷା ନିମନ୍ତେ ନୂତନକୈାଶଳର ବ୍ୟବହାର ନିହାତି ଜରୁରୀ । ସୁକିନ୍ଦାସ୍ଥିତ ଖଣି ଅଂଚଳକୁ ସେ ଅନେକ ଥର ଯାଇଥିବା ବେଳେ ଏସିଡ୍ ରକ୍ ଡ୍ରେନେଜ୍ ଏବଂ ଏଠାକାର ଭୂତଳ ଜଳରେ କ୍ରୋମିୟମ୍ ପ୍ରବେଶ ସେଠାରେ ମୁଖ୍ୟ ସମସ୍ୟା ପାଲଟିଛି ବୋଲି ସେ କହିଛନ୍ତି ।

ଆମେରିକାରେ ଖଣିଜପଦାର୍ଥ ଖନନ ଦ୍ୱାରା ସୃଷ୍ଟି ହୋଇଥିବା ସମସ୍ୟା ବର୍ଣ୍ଣନା କରି ପ୍ରଫେସର ନଟରାଜନ୍ କହିଥିଲେ ଏସିଡ୍ ମାଇନ୍ ଡ୍ରେନେଜ୍ ଏବଂ ଅବହେଳିତ ଖଣି ଅଂଚଳରୁ ଟକ୍ସିନ୍ ବାହାରିବା ଦ୍ୱାରା ୧୮୦,୦୦୦ ଏକର ଜଳାଶୟ ଏବଂ ହ୍ରଦ ଓ ୧୨,୦୦୦ ମାଇଲ୍ସର ଝରଣା ଏବଂ ନଦୀ ପ୍ରଦୂଷିତ ହୋଇଛି । ଯଦି ସେଠାକାର ସରକାର ଏହାକୁ ପରିଷ୍କାର କରିବା ନିମନ୍ତେ ପଦକ୍ଷେପ ନିଅନ୍ତି ତେବେ ଏଥି ନିମନ୍ତେ ୩୨ ରୁ ୭୨ ବିଲିୟନ୍ ୟୁଏସ୍ ଡଲାର ଖର୍ଚ୍ଚ କରିବାକୁ ପଡ଼ିବ ।

ଖଣି ଅଂଚଳର ପରିବେଶକୁ ସନ୍ତୁଳିତ କରିବା ପାଇଁ ବାୟୋଟେକ୍ନୋଲୋଜିର ବ୍ୟବହାର ଦୁଇ ପ୍ରକାର ଭାବେ କରାଯାଇପାରିବ ଆକ୍ଟିଭ୍ ଓ ପାସିଭ୍ । ଆକ୍ଟିଭ୍ ଟିି୍ରଟ୍ମେଂଟ୍ରେ ବାୟୋଟେକ୍ ପ୍ଲାଂଟ ଦ୍ୱାରା ପ୍ରଦୂଷଣକୁ ରୋକିହେବ । ସେହିପରି ପାସିଭ୍ ସିଷ୍ଟମରେ ବାୟୋଲୋଜିକାଲ୍ ସ୍ପେସିଜ୍ ବ୍ୟବହାର କରି ପରିବେଶକୁ ସନ୍ତୁଳିତ କରାଯାଇପାରିବ ।

ଏହି କର୍ମଶାଳାରେ ଅଧ୍ୟକ୍ଷତା କରି ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀ କହିଥିଲେ ଯେ ବାତ୍ୟା ଫନି ଦ୍ୱାରା ଅନେକ କ୍ଷୟକ୍ଷତି ହୋଇଛି । ତେବେ ସୋଆର ପରିବେଶ ଓ ଜଳବାୟୁ କେନ୍ଦ୍ର ବାତ୍ୟାର ଲ୍ୟାଣ୍ଡଫଲ୍ ସମ୍ପର୍କିତ ପ୍ରକୃତ ପୂର୍ବାନୁମାନ କରିପାରିଥିଲା ବୋଲି ପ୍ରଫେସର ବାନାର୍ଜୀ କହିଛନ୍ତି ।

ଏହି କର୍ମଶାଳାରେ ସୋଆର ରିସର୍ଚ୍ଚ ଆଣ୍ଡ ଡେଭେଲପ୍ମେଂଟ ଡିନ୍ ପ୍ରଫେସର ପି.କେ. ନନ୍ଦ ସମ୍ମାନିତ ଅତିଥିି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ । ସେହିପରି ବିବିଆର୍ସିର ନିର୍ଦ୍ଦେଶକ ତଥା କର୍ମଶାଳାରର କନ୍ଭେନର୍ ପ୍ରଫେସର ଲାଲା ବିହାରି ଶୁକ୍ଲା, କୋ କନ୍ଭେନର୍ ଡ. ଅବନ୍ତି ପ୍ରଧାନ ଏବଂ କାର୍ଯ୍ୟକ୍ରମର କାର୍ଯ୍ୟକାରୀ ସମ୍ପାଦକ ଡ. ଆଦିତ୍ୟ କିଶୋର ଦାସ ବକ୍ତବ୍ୟ ରଖିଥିଲେ ।

   Related Posts