ମହାସାଗରରେ ଶୈବାଳ ଭଳି ବିରଳ ଜୀବର ସନ୍ଧାନ; ଅନ୍ଧାରିଆ ଅଂଶରୁ ବୈଜ୍ଞାନିକଙ୍କ ଅବିଷ୍କାର

Published By : Prameya-News7 Bureau | June 09, 2024 IST

ନୂଆଦିଲ୍ଲୀ: ମହାସାଗରରେ ବିରଳ ଜୀବ । ବୈଜ୍ଞାନିକ ମାନେ ଗଭୀର ସମୁଦ୍ରରୁ ଏଭଳି ଏକ ଜୀବର ସନ୍ଧାନ କରିଛନ୍ତି, ଯାହା ପୂର୍ବରୁ କେବେ ମନୁଷ୍ୟ ଜାତି ଦେଖିନଥିଲା । ଏହି ରହସ୍ୟମୟ ଜୀବ ପ୍ରଶାନ୍ତ ମହାସାଗରର ଗଭୀର ଜଳରାଶୀ ତଥା କ୍ଲେରିଓନ-କ୍ଲିପରଟୋନ ଜୋନରୁ ଅବିଷ୍କାର କରାଯାଇଛି । ପ୍ରାୟ ସାଢ଼େ ୫ ହଜାର ମିଟର ଗଭୀର ସମୁଦ୍ରର ଅନ୍ଧାରିଆ ଅଞ୍ଚଳରେ ବାସ କରୁଛି ଶୈବାଳ ଭଳି ଦିଶୁଥିବା ଏହି ଶରୀଶୃପ । ଆମେରିକାର ମେକ୍ସିକୋ ଏବଂ ହାଓ୍ବାଇ ସମୁଦ୍ରରେ ଏଭଳି ଅନେକ ଜୀବଗୁଡ଼ିକୁ ବୈଜ୍ଞାନିକମାନେ ଠାବ କରିଛନ୍ତି ।  

ବୈଜ୍ଞାନିକଙ୍କ କହିବା କଥା, ମହାସାଗର ଏଭଳି ସ୍ଥାନ ଯେଉଁ ସୂର୍ଯ୍ୟାଲୋକ ପଡ଼ୁନାହିଁ, ଅର୍ଥାତ୍ ଅନ୍ଧାରିଆ ସ୍ଥାନରେ ଏଭଳି ବିରଳ ଜୀବ ରହୁଛନ୍ତି, ଯେଉଁଠି ମଣିଷ ଏଯାଏଁ ପହଞ୍ଚି ନାହିଁ । ୟୁନିର୍ଭସିଟି ଅଫ୍ ଗୁଟେନବର୍ଗରେ ଦ୍ବାରା ଜାରି ହୋଇଥିବା ଏହି ପ୍ରେସ୍ ରିଲିଜ୍ ଅନୁଯାୟୀ, ମାର୍ଚ୍ଚ ମାସରେ ମେକ୍ସିକୋ ଏବଂ ହାଓ୍ବାଇ ମଧ୍ୟରେ ଥିବା ମହାସାଗରର କ୍ଲେରିଓନ-କ୍ଲିପରଟୋନ ଜୋନରେ ବୈଜ୍ଞାନିକ ମାନେ ୪୫ ଦିନର ଗବେଷଣା ଅଭିଯାନ ଚଳାଇଥିଲେ । ଏଥିରେ ସେମାନେ ପ୍ରଶାନ୍ତ ମହାସାଗରର ଗଭୀର ଜଳରାଶିରେ ଏହି ବିରଳ ଜୀବ ଖୋଜି ବାହାର କରିଛନ୍ତି । ମରିନ୍ ଇକୋଲୋଜିଷ୍ଟ ମାନେ ପ୍ରଥମ ଥର ପାଇଁ ଏହି ସ୍ଥାନକୁ ଖୋଜି ବାହାର କରିଛନ୍ତି । ଅବ୍ୟସାଲ୍ ପ୍ଲେନ୍ ଭାବେ ଏହି ଷ୍ଟଡି କରାଯାଇଛି । ଏଠାରେ ସମୁଦ୍ରର ଗଭୀରତା ପ୍ରାୟ ସାଢ଼େ ୩ ହଜାର ମିଟରରୁ ସାଢ଼େ ୫ ହଜାର ମିଟର ।

ବୈଜ୍ଞାନିକମାନେ କହିଛନ୍ତି, ପୃଥିବୀର ଅଧାରୁ ଅଧିକ ସ୍ଥାନ ମହାସାଗର ଦ୍ବାରା ଆଚ୍ଛାଦିତ । ସମୁଦ୍ର ଭିତରେ ବାସକରୁଥିବା ଜୀବଜନ୍ତୁଙ୍କୁ ନେଇ କ୍ଲେରିଓନ-କ୍ଲିପରଟୋନ ମାନେ ଲଗାତାର ଗବେଷଣା କରୁଛନ୍ତି, ହେଲେ ସମୁଦ୍ରର ଏହି ଗଭୀର ଜଳରାଶି ବାବଦରେ ଏବେବି ଅଜ୍ଞାନ ମଣିଷ । ଏହି ଅନ୍ଧାରିଆ ସ୍ଥାନରେ ରହୁଥିବା ଜୀବଜନ୍ତୁଙ୍କୁ କିଛି ମାତ୍ରାରେ ସନ୍ଧାନ କରିପାରିଛି ମଣିଷ । ବୈଜ୍ଞାନିକ ଥମାସ୍ ଡାଲଗ୍ରେନଙ୍କ କହିବା କଥା ଏହି ଗବେଷଣା ପୂର୍ବରୁ ୧୮ଶହ ଶତାବ୍ଦୀରେ ସମୁଦ୍ରରେ ରହୁଥିବା ନୂଆ ପ୍ରଜାତିକୁ ଖୋଜିବା ନେଇ ଅଭିଯାନ ଚଳାଇଥିଲେ । ହେଲେ ବିଂଶ ଶତାବ୍ଦୀରେ ଏହି ରିସର୍ଚ୍ଚ ସ୍ବତନ୍ତ୍ର ବୋଲି ସେ କହିଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.