ଏହି ପ୍ରାଣୀଠାରେ ରହିଛି କରୋନାକୁ ମାତ୍ ଦେବାର କ୍ଷମତା, ବୈଜ୍ଞାନିକଙ୍କ ମନରେ ଜାଗି ଉଠିଲା ଆଶା, ତିଆରି କରିବେ ଆଣ୍ଟିବଡି
7/05/2020 at 7:39 PM

ନୂଆଦିଲ୍ଲୀ ୦୭।୦୫: ପୂରା ଦୁନିଆର ବୈଜ୍ଞାନିକ ଯେଉଁଠି କରୋନା ଭାଇରସ୍ର ଔଷଧ ଆବିଷ୍କାରରେ ଜୁଟିଛନ୍ତି ସେହି ସମୟରେ ଟେକ୍ସାସ୍ ୟୁନିଭର୍ସିଟିର ବୈଜ୍ଞାନିକ ଦାବି କରିଛନ୍ତି ଯେ, ସେମାନେ ଲାମା(ଓଟର ଏକ ପ୍ରଜାତି)ଠାରେ ଏମିତି କ୍ଷମତା ବିକଶିତ କରିଛନ୍ତି ଯାହା କରୋନା ଭାଇରସ୍ ସଂକ୍ରମଣକୁ ରୋକିବାରେ ବେଶ୍ ସହାୟକ ହେବ। ଟେକ୍ସାସ୍ ୟୁନିଭର୍ସିଟି ନିଜର ବିଜ୍ଞପ୍ତିରେ ଏହାର ସୂଚନା ଦେଇଛି। ବୈଜ୍ଞାନିକଙ୍କ କହିବା କଥା ଚାରି ବର୍ଷର ଲାମାଠାରେ ଏହି ଭାଇରସ୍ର ମୁକାବିଲା କରିବାର ଶକ୍ତି ରହିଛି। ବୈଜ୍ଞାନିକ ଏହି ନାମାକୁ ଓ୍ଵିଣ୍ଟର ନାମ ଦେଇଛନ୍ତି।

ଟେକ୍ସାସ୍ ୟୁନିଭର୍ସିଟିର ଗବେଷକଙ୍କ ଏକ ଟିମ୍ ନ୍ୟାସନାଲ ଇନଷ୍ଟିଚ୍ୟୁୟଟ୍ ଅଫ ହେଲ୍ଥ ଓ ବେଲଜିୟମ ଜେଣ୍ଟ ୟୁନିଭର୍ସିଟି ସହିତ ମିଳିତ ଭାବେ ଏହି ଆଣ୍ଟି ବାୟୋଟିକ୍ର ସନ୍ଧାନ କରୁଥିଲେ। ପୂର୍ବେ ଏହି ଟିମ୍ ସାର୍ସ ଓ ମର୍ସ ପରି ଭାଇରସ୍ର ମୁକାବିଲା କରିବାରେ ସଫଳ ହୋଇଥିଲେ। ଏବେ ବେଲଜିୟମର ଗ୍ରାମାଞ୍ଚଳରେ ଦେଖିବାକୁ ମିଳୁଥିବା ଲାମା ଓ ମେଣ୍ଢା ଉପରେ ଗବେଷଣା କରୁଥିଲେ।

ବୈଜ୍ଞାନିକ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ଓ୍ଵିଣ୍ଟର ନାମକ ଏହି ଲାମାର ରକ୍ତରୁ ଏମିତି ଆଣ୍ଟିବଡି ତିଆରି କରାଯାଇ ପାରିବ ଯାହା ମଣିଷଙ୍କ କୋଷିକାକୁ କରୋନା ଭାଇରସ୍ରୁ ବଞ୍ଚାଇ ପାରିବ। ଅସୁସ୍ଥ ସମୟରେ ଏହି ଲାମା ଦୁଇ ପ୍ରକାରର ଭିନ୍ନ ଭିନ୍ନ ଆଣ୍ଟିବଡି ଉତ୍ପାଦନ କରିଥାନ୍ତି। ସେଥିରୁ ଗୋଟିଏ ଆଣ୍ଟିବଡି ଠିକ୍ ସେମିତି ଥାଏ ଯେମିତି ମଣିଷର ଇମ୍ୟୁନି ସିଷ୍ଟମ ତିଆରି ହୁଏ।

ବୈଜ୍ଞାନିକଙ୍କ ଟିମ୍ ଏବେ ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀଙ୍କ ଉପରେ ପରୀକ୍ଷଣ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଟିମ୍ ୨୦୨୦ର ଶେଷ ସୁଦ୍ଧା ଏହାର ମାନବ ପରୀକ୍ଷଣ ଆରମ୍ଭ କରିବାକୁ ଆଶା ରଖିଛନ୍ତି। ଅଧ୍ୟୟନ କରୁଥିବା ଟିମ୍ର ବରିଷ୍ଠ ଲେଖକ ତଥା ମଲିକ୍ୟୁଲର ବାୟୋ ସାଇନ୍ସର ସୟାକ ପ୍ରଫେସର ଜାସନ ମ୍ୟାକଲେଲନ କହିଛନ୍ତି, ଏହା ପ୍ରଥମ ଏମିତି ଆଣ୍ଟିବଡି ଯାହା SARS-CoV-2କୁ ପ୍ରଭାବହୀନ କରିବ। ସେ କହିଛନ୍ତି କରୋନାର ସମ୍ଭାବିତ ଚିକିତ୍ସା ଭ୍ୟାକସିନ୍ ପରିବର୍ତ୍ତେ ଏକ ଆଣ୍ଟିବଡି ଥେରାପୀ ହେବ ଯାହା ଲୋକଙ୍କୁ ଶୀଘ୍ର ବଞ୍ଚାଇବାରେ କାମ କରିବ।