‘କରୋନା’ ପରେ ଏବେ ସାମ୍ନାକୁ ଆସିଲା ଆଉ ଏକ ରହସ୍ୟମୟ ଭାଇରସ୍ ‘Yaravirus’

Published By : Prameya-News7 Bureau | February 13, 2020 IST

ନୂଆଦିଲ୍ଲୀ ୧୩।୨: ଚୀନ୍ ରେ କରୋନା ଭାଇରସ୍ ଅଣାୟତ୍ତ । ଏପର୍ଯ୍ୟନ୍ତ କରୋନା ଭାଇରସ୍ ରେ ୧୧୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ପ୍ରାୟ ୪୪ହଜାରରୁ ଅଧିକ ଲୋକ ଏଥିରେ ସଂକ୍ରମିତ ହୋଇସାରିଲେଣି । ଏଭଳି ସ୍ଥିତିରେ ଆଉ ଏକ ରହସ୍ୟମୟ ଭାଇରସ୍ ପ୍ରଥମଥର ସାମ୍ନାକୁ ଆସିଛି । ଏହି ଭାଇରସ୍ ର ନାଁ ରଖାଯାଇଛି Yaravirus ।

ବ୍ରାଜିଲର ବୈଜ୍ଞାନିକମାନେ ଏହି ଭାଇରସ୍ କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ଭାଇରସ୍ର ଅନ୍ୟ କୌଣସି ଭାଇରସ୍ ସହ କୌଣସି ସାମଞ୍ଜସ୍ୟ ନାହିଁ । ବୈଜ୍ଞାନିକମାନେ କହିଛନ୍ତି ଯେ, Yaravirusର ୯୦ ପ୍ରତିଶତ ଜିନ୍ ପୂର୍ବରୁ ଦେଖାଯାଇନଥିଲା ।

ରିପୋର୍ଟ ଅନୁସାରେ ୨୦୨୦ ଜାନୁଆରୀରେ ଏହି ଭାଇରସର ଡକ୍ୟୁମେଣ୍ଟ କରାଯାଇଥିଲା । ଅଚାନକ ବ୍ରାଜିଲର ଏକ କୃତ୍ରିମ ଝରଣାରେ ବୈଜ୍ଞାନିକମାନଙ୍କୁ Yaravirus ମିଳିଥିଲା । ଏହି ଭାଇରସ୍ ରେ ମୋଟ୍ ୭୪ ଜିନ୍ ମିଶ୍ରିତ ହୋଇଛି ।

ବ୍ରାଜିଲର ଫେଡରଲ ବିଶ୍ବବିଦ୍ୟାଳୟର ମିନାସ ଗେରାଇସ୍ଙ୍କ ଅନୁସାରେ, ବର୍ତ୍ତମାନ ଏହି ଭାଇରସ୍ ଦ୍ବାରା ମନୁଷ୍ୟମାନଙ୍କୁ କୌଣସି ପ୍ରକାରର ଭୟ ନାହିଁ । ଏହି ଭାଇରସ୍ କେବଳ amoeba ମଧ୍ୟରେ ରହିଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସୂଚନା ମୁତାବିକ ମନୁଷ୍ୟମାନେ ଏହାଦ୍ବାରା ସଂକ୍ରମିତ ହେବେ ନାହିଁ ।

କରୋନା ଭାଇରସ୍ ର ନୂଆ ନାଁ COVID-19 ରଖାଯାଇଛି । କରୋନା ଭାଇରସ୍ ୨୦୨୯ ମସିହା ଡିସେମ୍ବର ମାସରେ ପ୍ରଥମ ଥର ଦେଖାଯାଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.