ଆଲ୍ଜାଇମର ଚିହ୍ନଟ ପାଇଁ ନୂଆ ପ୍ରକ୍ରିୟା ବାହାର କଲେ ବୈଜ୍ଞାନିକ: ଯନ୍ତ୍ରଣାରୁ ମିଳିବ ମୁକ୍ତି, ଖୁବ୍ଶୀଘ୍ର ଜଣାପଡ଼ିବ ରୋଗ
28/12/2022 at 10:12 PM

ନୂଆଦିଲ୍ଲୀ: ଆଲ୍ଜାଇମର ଚିହ୍ନଟ କରିବାରେ ଏକ ନୂଆ ପ୍ରକ୍ରିୟା ବାହାର କଲେ ବୈଜ୍ଞାନିକ। ବ୍ଲଡ୍ ଟେଷ୍ଟ ମାଧ୍ୟମରେ ବି ଏହି ରୋଗରୁ ଚିହ୍ନଟ କରାଯାଇପାରିବ। ଏହି ପ୍ରକ୍ରିୟା ଦ୍ୱାରା ବର୍ତ୍ତମାନର ଯେଉଁ ଯନ୍ତ୍ରଣାଦାୟକ ପ୍ରକ୍ରିୟାରେ ରୋଗ ଚିହ୍ନଟ କରାଯାଉଛି ସେଥିରୁ ମୁକ୍ତି ମିଳିବ।
ବର୍ତ୍ତମାନ ଦୁଇଟି ପ୍ରକ୍ରିୟାରେ ଆଲ୍ଜାଇମରର ଚିହ୍ନଟ କରାଯାଉଛି। ପ୍ରଥମରେ ବ୍ରେନ୍ ସ୍କାନିଂ ଓ ଦ୍ୱିତୀୟରେ ସ୍ପାଇନାଲ କର୍ଡରୁ ସାମ୍ପଲ ନେବା। ଯାହା ଯନ୍ତ୍ରଣାଦାୟକ। ଏପରି ପ୍ରକ୍ରିୟାରେ ବେଳେ ବେଳେ ରୋଗୀର ମୁଣ୍ଡବି ବିନ୍ଧିଥାଏ। ସେରେବ୍ରୋ-ସ୍ପାଇନାଲ ଫ୍ଲୁଇଡକୁ(ମେରୁଦଣ୍ଡର ତରଳପଦାର୍ଥ) ପରୀକ୍ଷା କରାଯାଏ। କିନ୍ତୁ ବର୍ତ୍ତମାନର ରକ୍ତ ପରୀକ୍ଷା ଆଦୌ ଯନ୍ତ୍ରଣାଦାୟକ ହୋଇନଥିବା ବେଳେ ଖୁବ୍ଶୀଘ୍ର ରୋଗ ଚିହ୍ନଟ ହୋଇଯିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।
ପିଟ୍ସବର୍ଗ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଓ ବିଶ୍ୱର ଅନ୍ୟ ବୈଜ୍ଞାନିକମାନେ ଏହି ନୂଆ ପରୀକ୍ଷା ପ୍ରକ୍ରିୟା ଉଦ୍ଭାନବ କରିବା ପରେ ଯନ୍ତ୍ରଣା ଦାୟକ ସିଏସ୍ଏଫ୍ ପରୀକ୍ଷାର ଆବଶ୍ୟକ ପଡ଼ିବ ନାହିଁ ବୋଲି ସେମାନେ କହିଛନ୍ତି।
ଏନେଇ ପିଟ୍ସବର୍ଗ ବିଶ୍ୱବିଦ୍ୟାଳୟର ପ୍ରଫେସର ଥୋମାସ କରିକରି କହିଛନ୍ତି ” ରକ୍ତ ପରୀକ୍ଷା ଅନ୍ୟ ପରୀକ୍ଷା ଅପେକ୍ଷା ଶସ୍ତା ଓ ସୁରକ୍ଷିତ । ଏବଂ ସଠିକ ରୋଗ ଚିହ୍ନଟର ସମ୍ଭାବନା ଅଧିକ ରହିଛି। “
ଏହା ଏକ ଆଣ୍ଟିବଡି ଜନିତ ରକ୍ତ ପରୀକ୍ଷା ଯାହାଦ୍ୱାରା ଏକ ବିଶେଷ ପ୍ରୋଟେନର ଚିହ୍ନଟ କରାଯାଏ। ଯାହାକୁ ବ୍ରେନ୍ ଡେରିଭାଇ ଟାଉ ବୋଲି କୁହାଯାଏ। ଏହି ପ୍ରୋଟେନ୍ ଅଲଜାଇମର ରୋଗ ସହ ସଂସ୍ଳିଷ୍ଠ ହୋଇଥାଏ।
ଏହି ଗବେଷଣାରେ ୬୦୦ ରୋଗୀଙ୍କୁ ସାମିଲ୍ କରାଯାଇଥିଲା। ଯେଉଁମାନେ ଆଲ୍ଜାଇମରର ବିଭିନ୍ନ ଷ୍ଟେଜ୍ରେ ଥିଲେ।