ନୂଆଦିଲ୍ଲୀ ୦୫/୧୨: ଆମିନୋ ଏସିଡ୍(Amino Acids) ଶରୀରରେ ବିଭିନ୍ନ କାର୍ଯ୍ୟରେ ସହାୟତା କରେ। ଆମିନୋ ଏସିଡ୍ ବୈଜ୍ଞାନିକମାନେ କେବେ ଖୋଜି ବାହାର କଲେ ହୁଏତ ସେନେଇ ସ୍ପଷ୍ଟ ସୂଚନା ନଥିଲା। ପ୍ରାୟତଃ ଏହାକୁ ଲାବୋରେଟୋରିରେ ବୈଜ୍ଞାନିକମାନେ ପ୍ରଥମେ ପାଇଥାଇ ପାରନ୍ତି ବୋଲି କୁହାଯାଇପାରେ। କେବଳ ଯେ ପୃଥିବୀରେ ଆମିନୋ ଏସିଡ୍ ମିଳେ ତାହା ନୁହେଁ ମହାକାଶରେ ବି ଆମିନୋ ଏସିଡ୍ ରହିଛି। ଏନେଇ ପ୍ରଥମେ ଏକ ଉଲକା ପିଣ୍ଡରୁ ତଥ୍ୟ ମିଳିଥିଲା।
ଅଷ୍ଟେ୍ରଲିଆର ଭିକ୍ଟୋରିଆରେ ୨୮ ସେପ୍ଟେମ୍ବର ୧୯୬୯ରେ ପଡ଼ିଥିବା ଉଲ୍କା ପିଣ୍ଡରୁ ପ୍ରଥମେ ଆମିନୋ ଏସିଡ୍ ଉପସ୍ଥିତି ସମ୍ପର୍କରେ ଜାଣିବାକୁ ପାଇଥିଲେ ବିଶେଷଜ୍ଞ। କିନ୍ତୁ ଦୀର୍ଘ ବର୍ଷ ପରେ ଏଭଳି ଆବିଷ୍କାରକୁ ସ୍ବୀକୃତି ମିଳିଥିଲା। ଆମିନୋ ଏସିଡ୍ର ମୂଳ ସଂରଚନା ପୃଥିବୀ ବାହାରେ ପ୍ରସ୍ତୁତ ହୋଇଥାଇ ପାରେ ବୋଲି ବିଶେଷଜ୍ଞ ମତ ଦେଇଥିଲେ।
୧୯୭୧ ମସିହାରେ ଏହାକୁ ସ୍ପଷ୍ଟ କରିଥିଲେ ବୈଜ୍ଞାନିକ। ମୁର୍ଚିସନ୍ରେ ପଡ଼ିଥିବା ଉଲ୍କା ପିଣ୍ଡରୁ ଆମିନୋ ଏସିଡ୍ ମିଳିଥିଲା। ଏଥିରେ ଥିବା ଗ୍ଲାଇସିନ୍ ଓ ଅନ୍ୟ ଅର୍ଗାନିକ ସଂରଚନା ମହାକାଶରୁ ଆସିଥିଲା ବୋଲି ବୈଜ୍ଞାନିକମାନେ ବିଶ୍ବାସ କରିଥିଲେ। ଆମିନୋ ଏସିଡ୍ ବ୍ୟତୀତ ଅନ୍ୟ କେମିକାଲ୍ ସମ୍ପର୍କରେ ବାହ୍ୟ ଗ୍ରହରୁ ପୃଥିବୀ ପୃଷ୍ଠକୁ ଆସିଥିବା ଉଲ୍କାରୁ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି।
ନ୍ୟୁକ୍ଲୁ ବେସ୍ ଓ ଅନ୍ୟ ସୁଗାର ଯାହାର ମୂଳ ଉପାଦାନ ଡିଏନଏ ଓ ଆରଏନଏ ସେ ସମ୍ପର୍କରେ ଉଲ୍କା ପିଣ୍ଡରୁ ତଥ୍ୟ ମିଳିଛି। ଆମିନୋ ଏସିଡ୍ ଗ୍ଲାଇସିନ୍ ବାହ୍ୟ ଜଗତର ଧୂମକେତୁରେ ବି ମିଳିଛି। ଏଭଳି ସବୁ ଆବିଷ୍କାର ସ୍ପଷ୍ଟ କରୁଛଇ ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ଜୀବନ ସମ୍ଭବ।