କରୋନା ଭାଇରସ୍‌ ପ୍ରକୋପରୁ ଲୋକଙ୍କ ଜୀବନ ରକ୍ଷା କରିବାକୁ ମାତ୍ର ୨ ଘଣ୍ଟା ଶୋଉଛନ୍ତି ମହିଳା ବୈଜ୍ଞାନିକ

Published By : Prameya-News7 Bureau | February 07, 2020 IST

ମହିଳା ବୈଜ୍ଞାନିକ ଭୟଙ୍କର କରୋନା ଭାଇରସ୍‌ରୁ ଲୋକଙ୍କର ଜୀବନ ରକ୍ଷା କରିବା ପାଇଁ ମାତ୍ର ୨ ଘଣ୍ଟା ଶୋଉଛନ୍ତି । ଏବେ ସେ ଦିନ ରାତି ଏକ କରି କାମ କରୁଛନ୍ତି । ସ୍କଟଲ୍ୟାଣ୍ଡରେ ରହୁଥିବା କେଟ ବ୍ରେଡରିକ୍‌ କରୋନା ଭାଇରସ୍‌ରୁ ଲୋକଙ୍କୁ ରକ୍ଷା କରିବା ପାଇଁ ପ୍ରତିଷେଧକ ବିକଶିତ କରୁଛନ୍ତି । ଟାଇମସ୍‌ର ରିପୋର୍ଟ ଅନୁସାରେ ଏବେ ସେ ମାତ୍ର ୨ ଘଣ୍ଟା ଶୋଉଛନ୍ତି ।

ଗତ ୨୦ ବର୍ଷ ଧରି ମହିଳା ବୈଜ୍ଞାନିକ କେଟ ବ୍ରେଡରିକ୍‌ ବିଭିନ୍ନ ପ୍ରତିଷେଧର ଟୀକା ବିକଶିତ କରୁଛନ୍ତି । ସେ ଇବୋଲା, ଜିକା ପରି ଭୁତାଣୁଙ୍କ ସଂକ୍ରମଣ ରୋକିବା ପାଇଁ ସଫଳ ଭାବେ ଔଷଧ ତିଆରି କରିଛନ୍ତି।

ସେ ସାରା ଜୀବନ କିଛି ପରିବର୍ତ୍ତନ ଆଣିବା ପାଇଁ କାମ କରିଛନ୍ତି। କରୋନା ଭାଇରସ୍‌ର ପ୍ରତିଷେଧକ ଟୀକା ତିଆରି କରିବେ ବୋଲି କହିଛନ୍ତି ।
ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱ ବିଦ୍ୟାଳୟରେ ମହିଳା ବୈଜ୍ଞାନିକ କେଟ ବ୍ରେଡରିକ୍‌ ଗବେଷକ ଭାବେ କାମ କରୁଛନ୍ତି । ଏବେ ସେ ରାତିରେ ମାତ୍ର ୨ ଘଣ୍ଟା ଶୋଉଥିବା କଥା କହିଛନ୍ତି ।

କରୋନା ଭାଇରସ୍‌ର ଜେନେଟିକ୍‌ କୋଡ୍‌ ଜାରି କରାଯିବାର ତିନି ଘଣ୍ଟା ମଧ୍ୟରେ ମହିଳା ବୈଜ୍ଞାନିକ କେଟ ବ୍ରେଡରିକ୍‌ ପ୍ରତିଷେଧକ ତିଆରି କରିଥିବା କଥା କହିଛନ୍ତି ।
ଏହାର ପ୍ରତିଷେଧକ ଟୀକା ତିଆରି ହେବାର କିଛି ସମୟ ପରେ ତାକୁ ପ୍ରସ୍ତୁତ କରିବା ପାଇଁ ଫ୍ୟାକ୍ଟ୍ରିକୁ ପଠାଯାଇଛି । ବିଲ୍‌ ଲିଣ୍ଡ୍‌ସା ଫାଉଣ୍ଡେସନ୍‌ ପକ୍ଷରୁ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.