Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଓଡ଼ିଆ ବୈଜ୍ଞାନିକ ଡ. ଜ୍ୟୋତିର୍ମୟୀ ପାଇବେ IUPAC ପୁରସ୍କାର, ସମ୍ମାନ ପାଇବାରେ ପ୍ରଥମ ମହିଳା 

12/03/2023 at 11:01 PM

ଭୁବନେଶ୍ୱର: ଓଡ଼ିଆର ମହିଳା ବୈଜ୍ଞାନିକ ଡ. ଜ୍ୟୋତିର୍ମୟୀ ମହାନ୍ତି ପାଇବେ ଆଇୟୁପିଏସି (ଡିଷ୍ଟିଂଉଇସ୍‌ ଓମା୍ୟନ ଇନ୍‌ କେମେଷ୍ଟି ଅର୍‌ କେମିକାଲ ଇଞ୍ଜିନିୟରିଂ) ପୁରସ୍କାର। ରସାୟନ ବିଜ୍ଞାନ କ୍ଷେତ୍ରରେ କୃତିତ୍ୱ ପାଇଁ ସେ ଏହି ଆଇୟୁପିଏସି ପୁରସ୍କାର ପାଇବେ। ଜ୍ୟୋତିର୍ମୟୀ ବର୍ତ୍ତମାନ ମୁମ୍ବାଇ ସ୍ଥିତ ଭାବା ପରମାଣୁ ଗବେଷଣା କେନ୍ଦ୍ରରେ ବୈଜ୍ଞାନିକ ଭାବେ କାମ କରୁଛନ୍ତି। ସେ ଏହି ସମ୍ମାନଜନକ ଅନ୍ତର୍ଜାତୀୟ ପୁରସ୍କାର ପାଇବାରେ ଦେଶର ପ୍ରଥମ ମହିଳା ହେବେ।

ବିଜ୍ଞାନରେ ମହିଳା ଏବଂ ଯୁବତୀଙ୍କୁ ଅନ୍ତର୍ଜାତୀୟ ଦିବସ ପାଳନ ପାଇଁ IUPAC ଫେବୃଆରୀ ୧୧ରେ ୧୨ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଥିଲା। ଏହି ପୁରସ୍କାର ପ୍ରଦାନ ୨୦୧୧ ଅନ୍ତର୍ଜାତୀୟ ରସାୟନ ବିଜ୍ଞାନ ସମାରୋହରୁ ଆରମ୍ଭ କରାଯାଇଛି। ପ୍ରତି ବର୍ଷ ସମଗ୍ର ଦୁନିଆରେ ରସାୟନ ଏବଂ ରାସାୟନିକ ଇଞ୍ଜିନିୟରିଂ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରୁଥିବା ମହିଳାଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଉକ୍ତ ପୁରସ୍କାର ପ୍ରଦାନ କରାଯାଉଛି।

ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ନିଜର ଟୁଇଟରରେ ଶୁଭେଚ୍ଛା ଜଣାଇଛନ୍ତି।  ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି , ୨୦୨୩ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ଶୁଭେଚ୍ଛା ଜଣାଉଛି। ରସାୟନ ବିଜ୍ଞାନ କ୍ଷେତ୍ରରେ ସେ ଅର୍ଜନ କରିଥିବା କୃତିତ୍ୱ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଆଗାମୀ ଦିନରେ ତାଙ୍କର ଆହୁରି ସଫଳତା କାମନା କରୁଛି।

ମୋହନ୍ତି ବିଜ୍ଞାନ ଏବଂ ଇଞ୍ଜିନିୟରିଂ ରିସର୍ଚ୍ଚ ବୋର୍ଡରେ ଫେଲୋସିପ ପାଇବାରେ ପ୍ରଥମ ମହିଳା। ଗତ ବର୍ଷ ତାଙ୍କୁ ରୟାଲ ସୋସାଇଟି ଅଫ କେମିଷ୍ଟ୍ରି(FRSC)ର ଫେଲୋସିପି ମିଳିଥିଲା। ଏହି ପୁରସ୍କାର ୟୁନାଇଟେଡ୍ କିଙ୍ଗଡମରେ ରୟାଲ ସୋସାଇଟି ଅଫ କେମିଷ୍ଟ୍ରି(RSC) ଦ୍ଵାରା ପ୍ରଦାନ କରାଯାଏ। ଡ. ଜ୍ୟୋତିର୍ମୟୀ ମୋହାନ୍ତି କଟକର ଚାଉଳିଆଗଞ୍ଜର ପ୍ରସିଦ୍ଧ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବୈକୁଣ୍ଠନାଥ ପାତ୍ରଙ୍କ ଝିଅ। ସେ ରଶ୍ମିରଞ୍ଜନ ମୋହାନ୍ତିଙ୍କୁ ବିବାହ କରିଛନ୍ତି । ରଶ୍ମିରଞ୍ଜନ ମଧ୍ୟ ଜଣେ ବୈଜ୍ଞାନିକ।

   Related Posts