ବାଣ ତିଆରି ବେଳେ ବିସ୍ଫୋରଣ ଘଟଣା; ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ର ତଦନ୍ତ
6/01/2023 at 1:48 PM

ବାଲିପାଟଣା ୦୬/୦୧: ନରିଶୋ ଗାଁରେ ବାଣ ବିସ୍ଫୋରଣରେ ବୃଦ୍ଧ ଗୁରୁତର ଘଟଣା। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ବାଲିପାଟଣା ପୋଲିସ ତଦନ୍ତ କରୁଛି। କେଉଁ ପରିସ୍ଥିତିରେ ବିସ୍ଫୋରଣ ହେଲା ତାର ତଥ୍ୟ ସଂଗ୍ରହ ସହ ସେଠାରୁ ବାଣରେ ବ୍ୟବହୃତ ଦ୍ରବ୍ୟର ନମୁନା ସଂଗ୍ରହ କରିଛି ଟିମ୍।
ସୂଚନାଥାଉକି, ଗତକାଲି ବା ଗୁରୁବାର ବାଣ ତିଆରି ବେଳେ ବିସ୍ଫୋରଣରେ ପୂର୍ଣ୍ଣଚନ୍ଦ୍ର ଦାସ ନାମକ ବୃଦ୍ଧ ଗୁରୁତର ହୋଇ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ପ୍ରଚଣ୍ଡ ବିସ୍ଫୋରଣରେ ୩ ବଖରା ଘର ଜଳି ଯାଇଥିଲା। ପୂର୍ଣ୍ଣଚନ୍ଦ୍ର ବହୁଦିନ ହେଲା ବେଆଇନ ବାଣ ତିଆରି କରୁଥିଲେ ବୋଲି ପଡ଼ୋଶୀ କହିଛନ୍ତି ।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023