୧୦ଟି ଜିଲ୍ଲାରେ ହେବ ବିଜ୍ଞାନ ପ୍ରଚାର ସମିତି

Published By : Prameya-News7 Bureau | June 18, 2019 IST

ଛାତ୍ରଛାତ୍ରୀ ତଥା ଜିଜ୍ଞାସୁମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ସହିତ ପ୍ରତି ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର କିମ୍ବା ବିଜ୍ଞାନ ପାର୍କ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ରାଜ୍ୟର ୧୦ଟି ଜିଲ୍ଲାରେ ବିଜ୍ଞାନ ପ୍ରଚାର ସମିତି ଗଠନ କରାଯିବ । ଆଜି ଉପରୋକ୍ତ ମର୍ମରେ ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଭାଗ ପ୍ରଦତ୍ତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।

{"id":124619}

ରାଜ୍ୟସ୍ତରରେ ବିଜ୍ଞାନ ପ୍ରଚାର ସମିତି ରହିଥିବାବେଳେ ଏଣିକି ଜିଲ୍ଲାସ୍ତରରେ ସମିତିମାନ ଗଠନ କରାଯିବ ବୋଲି କୁହାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ବିଜ୍ଞାନ ପ୍ରଚାର ସମିତି ଗଠିତ ହେବ । ସୋସାଇଟି ରେଜିଷ୍ଟ୍ରେସନ୍‌ ଆକଫ-୧୮୬୦ ଅନୁସାରେ ସମିତିଗୁଡ଼ିକ ପଞ୍ଜୀକୃତ ହେବ । ଏହି ସମିତିରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଅଧ୍ୟକ୍ଷ ରହିବେ ଓ ଜିଲ୍ଲା ଶିକ୍ଷା ଅଧିକାରୀ ସଂପାଦକ ଭାବରେ ଦାୟିତ୍ୱ ନିର୍ବାହ କରିବେ । ଜିଲ୍ଲାସ୍ତରରେ ବିଜ୍ଞାନ ପ୍ରଚାର ସମିତି କାର୍ଯ୍ୟକରିବା ଫଳରେ ବିଭିନ୍ନ ମହଲରେ ବିଜ୍ଞାନ ସଂପର୍କିତ ଜ୍ଞାନ ବିନିମୟ ହେବା ସହିତ ବିଜ୍ଞାନ ପ୍ରତି ଆଗ୍ରହ ଓ ଆଦର ବୃଦ୍ଧି ପାଇବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଆଶା ପ୍ରକାଶ କରିଛନ୍ତି ।

{"id":124620}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.