ଦଶମ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାର ଉଦଯାପନୀ, ପ୍ରଦର୍ଶିତ ୪୮ଟି ପ୍ରକଳ୍ପରୁ ଅନେକ ଶିକ୍ଷା ପାଇଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | April 23, 2022 IST

ପୁରୀ ୨୩/୦୪: ବିଶ୍ୱାମ୍ବର ବିଦ୍ୟାପୀଠରେ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳା । ଏହି ଦୁଇଦିନିଆ ମେଳାର ଆଜି ଉଦଯାପନୀ ଦିବସରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଳା ବୁଲି ଦେଖିଥିଲେ । ୧୧ ଟି ବ୍ଲକରୁ ୫ଟି ଲେଖା ୫୫ଟି ପ୍ରକଳ୍ପ ଆସିବାକୁ ସ୍ଥିର ହୋଇଥିବା ବେଳେ ଏହି ମେଳାରେ ସମୁଦାୟ ୪୮ଟି ପ୍ରକଳ୍ପ ପ୍ରଦର୍ଶନ ହୋଇଥିଲା ।

ଦୀର୍ଘ ଦୁଇବର୍ଷ ପରେ ଏହି ବିଜ୍ଞାନ ମେଳା ଆୟୋଜିତ ହୋଇଥିବାରୁ ଛାତ୍ରଛାତ୍ରୀ ମାନେ ଏଥିରୁ ଅନେକ କିଛି ଶିକ୍ଷା ଲାଭ କରିଥିବା କହିଛନ୍ତି। ମେଳାରେ ଜିଲ୍ଲାର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ତେବେ ଦିନକୁ ଦିନ ପ୍ରଦ୍ୟୁଷଣ ମାତ୍ରା ବଢ଼ି ଚାଲିଥିବା ବେଳେ ଏକ ପ୍ରଦ୍ୟୁଷଣ ମୁକ୍ତ ଭାରତ ଗଠନ ପାଇଁ ସଭିଏଁ ସଚେତନ ହେବାର ଆବଶ୍ୟକତା ରହିଛି ।

wp:gallery {"linkTo":"none"} /wp:gallery

ବିଶେଷ କରି ଜଳ, ବାୟୁ ଓ ଶବ୍ଦ ପ୍ରଦ୍ୟୁଷଣ ଉପରେ ସହଜରେ କିଭଳି ରୋକାଯାଇ ପାରିବ ସେନେଇ ଏକ ପ୍ରକଳ୍ପ ପ୍ରସ୍ତୁତ କରି ଛାତ୍ର ଛାତ୍ରୀ ଙ୍କୁ ବୁଝାଇଛନ୍ତି ପୁରୀ ଜିଲ୍ଲା ସତ୍ୟବାଦୀ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ସାଇ ସୋହମ୍ ପ୍ରଧାନ । ସେହିପରି ଛାତ୍ର ଛାତ୍ରୀ ମାନେ ବିଭିନ୍ନ ବିଷୟ ଉପରେ ଅଧ୍ୟୟନ କରୁଥିଲେ ମଧ୍ୟ ଅନେକ ଛାତ୍ର ଛାତ୍ରୀ ଗଣିତ ପାଠ ସାହଯ୍ୟରେ ବୁଝି ପାରନ୍ତି ନାହିଁ ।

ତେଣୁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଗଣିତ ପାଠ ବୁଝିବାରେ କିଭଳି ସହଜ ହେବ ସେ ନେଇ ଛଇତନା ଏଚ୍ ସି ଏମ୍ ନୋଡାଲ ହାଇସ୍କୁଲର ଛାତ୍ରୀ କ୍ରିଷ୍ଣାଲିବୁନ୍ ପାଣି ବହୁଭୁଜର ଧାର ସଂଖ୍ୟା କୋଣ ଓ ଶୀର୍ଷ ସଂଖ୍ୟାର ପ୍ରୋଜେକ୍ଟ ମାଧ୍ୟମରେ ଏହାକୁ ବୁଝାଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.