ରାଜ୍ୟରେ ବଢ଼ିଲା +୨ ସ୍କୁଲ୍ର ବିଜ୍ଞାନ ଓ କଳା ସିଟ୍; ୧୦୬ ବିଦ୍ୟାଳୟ ପାଇଁ ବଢ଼ିଲା ୧୩,୪୬୮ ସିଟ୍
22/05/2023 at 10:42 PM

ଭୁବନେଶ୍ୱର ୨୨/୦୫: ୨୦୨୩-୨୪ ଶିକ୍ଷା ବର୍ଷରେ ରାଜ୍ୟରେ ୧୦୬ ଗୋଟି ଉନ୍ନୀତ ଇଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଖୋଲିବା ପାଇଁ ପଦକ୍ଷେପ ନିଆଯାଇଛି। ଏହା ମଧ୍ୟରୁ ୧୦୦ଟି ବିଦ୍ୟାଳୟରେ କଳା ଓ ୬ଟି ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ। ଏହି ବିଦ୍ୟାଳୟଗୁଡ଼ିକରେ ୨ଟି ଲେଖାଏଁ ସେକ୍ସନ ଖୋଲିବା ପାଇଁ ସ୍ଥିର ହୋଇଛି।
୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ୧୦୬ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବ। ଏଥି ମଧ୍ଯରୁ ୧୦୦ଟି ବିଦ୍ୟାଳୟରେ କଳା ଓ ୬ଟିରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ।
— I & PR Department, Odisha (@IPR_Odisha) May 22, 2023
ସମ୍ପୂର୍ଣ୍ଣ ପ୍ରେସ୍ ବିବୃତି: pic.twitter.com/x5I08SY0xc
ପ୍ରତ୍ୟେକ ସେକ୍ସନରେ ୬୪ ଜଣ ଲେଖାଏଁ ମୋଟ ୧୨୮ ଛାତ୍ରଛାତ୍ରୀ ନାମ ଲେଖାଇବେ। ଏହାଦ୍ଵାରା ରାଜ୍ୟରେ ୧୦୬ଟି ସରକାରୀ ବିଦ୍ୟାଳୟରେ ମୋଟ ୧୩,୪୬୮ ସିଟ୍ ନାମ ଲେଖାପାଇଁ ବୃଦ୍ଧି ପାଇବ। ଏବେ ପ୍ରଧାନଶିକ୍ଷକମାନେ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବା ପାଇଁ ସେମାନଙ୍କୁ ରାଜ୍ୟସ୍ତରରେ ତାଲିମ ଦିଆଯାଇଛି। ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ପାଇଁ ଅତିଥି ଶିକ୍ଷକ ନିୟୋଜନ ପ୍ରକ୍ରିୟା ବିଦ୍ୟାଳୟସ୍ତରରେ ଚାଲୁ ରହିଛି।