ଲକ୍ ଡାଉନ୍ ପରେ ସ୍କୁଲ ଗୁଡିକରେ ଲାଗୁ ହୋଇପାରେ ଅଡ୍ ଇଭିନ୍ ଫର୍ମୁଲା
8/05/2020 at 2:18 PM

ନୂଆଦିଲ୍ଲୀ ୮|୫: ଲକ୍ ଡାଉନ୍ ପରେ ଯେତେବେଳେ ସ୍କୁଲ ଖୋଲିବ ସେତେବେଳେ ସ୍କୁଲ ଗୁଡିକରେ ଅଡ୍ ଇଭିନ୍ ଫର୍ମୁଲା ଲାଗୁ ହୋଇପାରେ । ଏହାର ଅର୍ଥ କୌଣସି ଗୋଟିଏ ଦିନରେ ସ୍କୁଲ କ୍ୟାମ୍ପସରେ ମୋଟ୍ ଛାତ୍ରଛାତ୍ରୀଙ୍କ ସଂଖ୍ୟାର ୫୦ ପ୍ରତିଶତ ଉପସ୍ଥିତ ରହିବେ।
ସ୍କୁଲ ଗୁଡିକ ଖୋଲିବା ପାଇଁ NCERT ଏକ ଗାଇଡ୍ ଲାଇନ୍ ପ୍ରସ୍ତୁତ କରୁଛି । ଏଥିରେ ସାମାଜିକ ଦୂରତ୍ବକୁ ବେଶ୍ ଗୁରୁତ୍ବ ଦିଆଯାଉଛି । ପ୍ରତି ଛାତ୍ରଛାତ୍ରୀଙ୍କୁ ଅଲଗା ଅଲଗା ଶିକ୍ଷା ଦିଆଯିବା ଭଳି ବ୍ୟବସ୍ଥା କରାଯିବା ଉପରେ ଗୁରୁତ୍ବ ଦିଆଯାଉଛି। ଏନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଆସନ୍ତା ସପ୍ତାହରେ ଗାଇଡ୍ ଲାଇନ୍ ଜାରି କରିବ।
ସେହିପରି ଟିଭି ଚ୍ୟାନେଲ୍ ମାଧ୍ୟମରେ କ୍ଲାସରୁମ୍ ନେବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଗୋଟିଏ ଚ୍ୟାନେଲରେ ଗୋଟିଏ କ୍ଲାସ ପ୍ରସାରଣ ପାଇଁ ଯୋଜନା ପ୍ରସ୍ତୁତ ହେଉଛି। ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ସହିତ NCERT ଗାଇଡ୍ ଲାଇନ୍ ପ୍ରସ୍ତୁତ କରୁଛନ୍ତି । ଏ ସଂପର୍କରେ ସୂଚନା ଦେଉଛନ୍ତି NCERT ନିର୍ଦ୍ଦେଶକ ହୃଷିକେଶ ସେନାପତି । ଅଡ୍ ଇଭିନ୍ ଛଡା ଛାତ୍ରଛାତ୍ରୀଙ୍କୁ ଗୋଟିଏ ସପ୍ତାହ ଛଡା ଆଉ ଗୋଟିଏ ସପ୍ତାହ କ୍ଲାସ୍ କରିବାକୁ ହେବ। ସେହିପରି ସ୍କୁଲରେ ପ୍ରାର୍ଥନା ଓ ଖେଳ କ୍ଲାସକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ଯୋଜନା ପ୍ରସ୍ତୁତ ହେଉଛି।