ଦିଲ୍ଲୀରେ କମିଲା ପ୍ରଦୂଷଣ, ୯ ଦିନ ପରେ ଖୋଳିଲା ସ୍କୁଲ୍

Published By : Prameya-News7 Bureau | November 18, 2023 IST

ନୂଆଦିଲ୍ଲୀ: କମିଲା ପ୍ରଦୂଷଣ, ଖୋଳିଲା ସ୍କୁଲ୍। ବର୍ଷା ପରେ ଦିଲ୍ଲୀରେ ବାୟୁ ପ୍ରଦୂଷଣରେ ସୁଧାର ଆସିଛି। ତେଣୁ କିଛି କ୍ଷେତ୍ରରେ କାର୍ଯ୍ୟ ଜାରି ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସ୍କୁଲ୍ ଖୋଲିବାକୁ ଅନୁମତି ମିଳିଛି। ନଭେମ୍ବର ୨୦ ତାରିଖ ସୋମବାର ଠାରୁ ଦିଲ୍ଲୀରେ ସ୍କୁଲ୍ ଖୋଲିବ ବୋଲି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି।  

ବର୍ତ୍ତମାନ ବର୍ଷା ପରେ ଦିଲ୍ଲୀର ବାୟୁ ପ୍ରଦୂଷଣ ସିଭିୟର କ୍ୟାଟେଗୋରୀରୁ ଭେରି ପୋର୍ କ୍ୟାଟେଗୋରୀରେ ପହଞ୍ଚିଛି। ଶନିବାର ଏନେଇ ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ତେବେ ଆଉ ସପ୍ତାହେ ପାଇଁ ବାହ୍ୟ କାର୍ଯ୍ୟ ବନ୍ଦ ରହିବ ବୋଲି ଏଥିରେ କୁହାଯାଇଛି।   

ଏହାପୂର୍ବରୁ ଭୟଙ୍କର ବାୟୁ ପ୍ରଦୂଷଣ ଯୋଗୁ ନଭେମ୍ବର ୮ ରେ ଦିଲ୍ଲୀରେ ସ୍କୁଲ ଛୁଟି ଘୋଷଣା କରିଥିଲେ ଦିଲ୍ଲୀ ସରକାର। ନଭେମ୍ବର ୯ ରୁ ୧୮  ତାରିଖ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ପାଇଁ ଶୀତକାଳୀନ ଛୁଟି ଘୋଷଣା କରାଯାଇଥିଲା।

ଶନିବାର ଦିନ ଦିଲ୍ଲୀର ବାୟୁ ଗୁଣବତ୍ତାରେ ଉନ୍ନତି ଆସିବା ପରେ ବାୟୁ ଗୁଣବତ୍ତା ପରିଚାଳନା କମିଶନ (CAQM) ଦିଲ୍ଲୀର ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍ (GRAP) ର ଚତୁର୍ଥ ଷ୍ଟେଜ୍‌ ଅଧୀନରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛନ୍ତି।

ଅନ୍ୟପଟେ, ଦିଲ୍ଲୀର ପାଣିପାଗ ଏତେ ଶୀଘ୍ର ତଳକୁ ଖସିବା ନାହିଁ ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ମାଡ୍ରାସ ପୂର୍ବାନୁମାନ କରିଛି। ସହରରେ ବାୟୁ ଗୁଣବତ୍ତାରେ ଦ୍ରୁତ ହ୍ରାସ ନେଇ କୌଣସି ସୂଚନା ନାହିଁ ବୋଲି ଦୁଇ ସଂସ୍ଥା ପୂର୍ବାନୁମାନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.