oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ଜୁଲାଇ ୧ରୁ ଏହି ରାଜ୍ୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଖୋଲିବ ସ୍କୁଲ, ଆସନ୍ତା ସପ୍ତାହରୁ ଚାଲିବ ମଲ୍ ଓ ରେଷ୍ଟୁରାଣ୍ଟ

15/06/2021 at 11:16 PM

ଲକ୍ଷ୍ନୌ ୧୫।୦୬: ଉତ୍ତର ପ୍ରଦେଶରେ କରୋନା ପ୍ରକୋପ ଥମିବା ସହ ସ୍ଥିତି ନିୟନ୍ତ୍ରଣରେ ରହିଛି। ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ ଆଦିତ୍ୟନାଥ ସରକାର ଜୁଲାଇ ୧ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଖୋଲିବାକୁ ଅନୁମତି ଦେଇଛନ୍ତି। ସରକାର ନିଜ ଆଦେଶରେ କହିଛନ୍ତି, ଏହି ସ୍କୁଲଗୁଡିକରେ ସଂପ୍ରତି ପିଲାଙ୍କୁ ଆସିବାକୁ ଅନୁମତି ଦିଆଯାଇ ନାହିଁ। ବିଦ୍ୟାଳୟ କର୍ତ୍ତୃପକ୍ଷ ଶିକ୍ଷକ ଏବଂ କର୍ମଚାରୀଙ୍କୁ ନିଜ ଆବଶ୍ୟକତା ଅନୁଯାୟୀ, ବିଦ୍ୟାଳୟକୁ ଡକାଇ ପାରିବେ।

ରାଜ୍ୟରେ କରୋନା ମାମଲା ସଂକ୍ରମଣ କମୁଥିବା ଦେଖି ସରକାର ସ୍କୁଲ ଖୋଲିବାକୁ ଅନୁମତି ଦେଇଛନ୍ତି। କିନ୍ତୁ ସ୍କୁଲରେ କରୋନା ନିୟମ କଡାକଡି ପାଳନ କରିବାକୁ ଆଦେଶ ଦିଆଯାଇଛି। ଏହା ପୂର୍ବରୁ ଉତ୍ତର ପ୍ରଦେଶରେ ଜୁନ ୩୦ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ କରିବାକୁ ଆଦେଶ ଦେଇଥିଲେ।

ରାଜ୍ୟରେ କରୋନାକାଳରେ ସମସ୍ତ ସରକାରୀ, ବେସରକାରୀ, ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକରେ ଅନଲାଇନରେ ପାଠପଢା ଚାଲିଥିଲା। ହେଲେ ମଝିରେ କିଛି ଦିନ ପର୍ଯ୍ୟନ୍ତ ଅଭିଭାବକଙ୍କ ସହମତିରେ ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ବିଦ୍ୟାଳୟ ଆସିବାକୁ ଅନୁମତି ଦିଆଯାଇଥିଲା। ହେଲେ କରୋନାର ଦ୍ଵିତୀୟ ଲହର ଆରମ୍ଭ ହେବା ପରେ ଏହି ଆଦେଶକୁ ରଦ୍ଦ କରାଯାଇଥିଲା।

ଆସନ୍ତା ସପ୍ତାହରେ ଖୋଲିବ ମଲ୍ ଓ ରେଷ୍ଟୁରାଣ୍ଟ

ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ଲାଗୁ କରୋନା କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ମଙ୍ଗଳବାର ବୈଠକ ବସିଥିଲା।  ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ, ଆସନ୍ତା ସପ୍ତାହରୁ ନାଇଟ୍ କର୍ଫ୍ୟୁ କୋହଳ କରିବା ସହ ମଲ୍ ଓ ରେଷ୍ଟୁରାଣ୍ଟ ନିର୍ଦ୍ଧାରିତ କ୍ଷମତା ସହ ଖୋଲିବାକୁ ଅନୁମତି ଦିଆଯାଇଛି। ଏହା ପରେ ଆସନ୍ତା ସପ୍ତାହରୁ ରାଜ୍ୟରେ ମଲ୍ ଓ ରେଷ୍ଟୁରାଣ୍ଟ ୫୦ ପ୍ରତିଶତ କ୍ଷମତା ସହ ଖୋଲିବାକୁ ଯାଉଛି।

   Related Posts