ନାଗରିକତା ଆଇନ ନିଆଁ : ଉତ୍ତରପ୍ରଦେଶ ଏବଂ ଦିଲ୍ଲୀରେ ହିଂସା, ଆଜି ଉତ୍ତରପ୍ରଦେଶରେ ସବୁ ସ୍କୁଲ କଲେଜ ବନ୍ଦ

Published By : Prameya-News7 Bureau | December 21, 2019 IST

ନୂଆଦିଲ୍ଲୀ ୨୧।୧: ସାରା ଦେଶରେ ନାଗରିକତା ସଂଶୋଧନ ଆଇନ ନିଆଁ । ଉତ୍ତରପ୍ରଦେଶ ଏବଂ ଦିଲ୍ଲୀରେ ହିଂସା ପ୍ରଦର୍ଶନ । ଉତ୍ତରପ୍ରଦେଶ ହିଂସାରେ ଏଯାଏଁ ୧୦ଜଣଙ୍କ ମୃତ୍ୟୁ ହୋଇଥିଲା ସୂଚନା ମିଳିଛି । ଅନେକ ଆହତ ହୋଇଛନ୍ତି । ଉତ୍ତରପ୍ରଦେଶ ବ୍ୟତୀତ ଦିଲ୍ଲୀ, ମଧ୍ୟପ୍ରଦେଶ, ଗୁଜରାଟ ସମେତ ଅନ୍ୟ ରାଜ୍ୟରେ ମଧ୍ୟ ପ୍ରଦର୍ଶନ ଜାରି ରହିଛି । ଏହାକୁ ଆଖିରେ ରଖି ଆଜି ଉତ୍ତରପ୍ରଦେଶର ସ୍କୁଲ ଏବଂ କଲେଜ ବନ୍ଦ ଘୋଷଣା କରି ଦିଆଯାଇଛି ।

{"id":200461,"sizeSlug":"large"}

ଉତ୍ତରପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ ଓପି ସିଂ କହିଛନ୍ତି, ପୋଲିସ ଗୁଳିରେ କେହି ପ୍ରାଣ ହରାଇ ନାହାନ୍ତି । ସୂଚନା ମୁତାବକ ପ୍ରାଣ ହରାଇଥିବା ଏବଂ ଆହତ ହୋଇଥିବା ଲୋକଙ୍କ ଦେହରେ ଗୁଳି ବାଜିଛି । ଆହତଙ୍କ ଭିତରେ ଅନେକ ପୋଲିସ କର୍ମୀ ମଧ୍ୟ ଅଛନ୍ତି । ଗୁରୁବାର ସଂଭଲ ଏବଂ ଲକ୍ଷ୍ନୌରେ ହିଂସା ପରେ ଗତକାଲି ସାରା ଉତ୍ତରପ୍ରଦେଶରେ ହିଂସା ବ୍ୟାପିଯାଇଥିଲା । ବୁଲନ୍ଦସହରରେ ବିକ୍ଷୋଭକାରୀମାନେ ପ୍ରବଳ ପଥର ମାଡ଼ କରିବା ସହିତ ବସରେ ନିଆଁ ଲଗାଇ ଦେଇଛନ୍ତି । ଫିରୋଜାବାଦରେ ୧୦ଟି ଗାଡ଼ିକୁ ପୋଡ଼ି ଦେଇଛନ୍ତି ଆନ୍ଦୋଳନକାରୀ ।

{"id":200462,"sizeSlug":"large"}

ଆଲିଗଡ଼ରେ ମଧ୍ୟ ପୋଲିସ ଉପରେ ପଥରମାଡ଼ ହୋଇଛି । ମେରଟ, କାନପୁର, ହାପୁଡ଼, ବହରାଇଚ୍, ମୁଜାଫରନଗର ଆଦି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ନାଁରେ ଜୋରଦାର ହିଂସାକାଣ୍ଡ ହୋଇଛି । ଏପଟେ ଦେଶର ରାଜଧାନୀ ଦିଲ୍ଲୀରେ ଗତକାଲି ହିଂସା ଦେଖିବାକୁ ମିଳିଥିଲା । ଦିଲ୍ଲୀ ଗେଟ୍ ଅଞ୍ଚଳରେ ଉପଦ୍ରବକାରୀମାନେ ପୋଲିସ ଗାଡିରେ ନିଆଁ ଲଗାଇବା ସହ ପଥରମାଡ କରିଥିଲେ ।

{"id":200463,"width":577,"height":384,"sizeSlug":"large"}

ଗତକାଲି ହିଂସାକୁ ଦେଖି ବିଭିନ୍ନ ମେଟ୍ରୋ ଷ୍ଟେସନ ବନ୍ଦ କରିଦିଆ ଯାଇଥିଲା । ଆଜି ସମସ୍ତ ମେଟ୍ରୋ ଷ୍ଟେସନରେ ଯାତ୍ରୀ ସେବା ସ୍ବଭାବିକ କରିଦିଆଯାଇଛି । ତେବେ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶର ଅନେକ ଇଲାକାରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି । ଗତକାଲି ମଧ୍ୟପ୍ରଦେଶର ଜବଲପୁରରେ ହିଂସକ ପ୍ରଦର୍ଶନ କାରଣରୁ ୪ ଥାନା ଇଲାକାରେ କର୍ଫ୍ୟୁ ଲଗାଇ ଦିଆଯାଇଛି ।

{"id":200464,"sizeSlug":"large"}

ସେପଟେ ବିହାରରେ ଆଜି ବନ୍ଦ ଡାକରା ଦେଇଛି ଆରଜେଡି । ଅରରିଆରେ କଂଗ୍ରେସ ଏବଂ ଆରଜେଡି କର୍ମୀ ଟ୍ରେନ୍ ବନ୍ଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ନାଗରିକତା ଆଇନ ନେଇ ବିଜେପିକୁ ସୋନିଆ ଏବଂ ପ୍ରିୟଙ୍କା ଟାର୍ଗେଟ୍ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.