ସ୍କୁଲ ଗେଟ୍ ଆଗରେ ତାଲା ପକାଇ ବସିଲେ ଜାଗା ମାଲିକ, ହଟହଟ୍ଟା ହେଲେ ଶିକ୍ଷକ ଓ ଛାତ୍ରଛାତ୍ରୀ

Published By : Prameya-News7 Bureau | January 02, 2023 IST

ଧର୍ମଗଡ ୦୨/୦୧: ମୋ ଜାଗା ବଦଳରେ ଜାଗା ଦିଅ ନାଇଁ ତ ଟଙ୍କା ଦିଅ । ନହେଲେ ଗେଟର ତାଲା ଖୋଲି ବିନି । ଏମିତି କହି ସ୍କୁଲ ଗେଟରେ ତାଲା ଦେଇ ଗେଟ ଆଗରେ ବସିଲେ ଜାଗା ମାଲିକଙ୍କ ପରିବାର । ଫଳରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମାନେ ବାହାରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା ।

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଖଲିଆକାନି ସ୍କୁଲ ଜାଗାକୁ ନିଜ ପୈତୃକ ଜାଗା କହି ସ୍କୁଲ ଗେଟରେ ତାଲା ପକାଇ ଥିଲେ । ପରିବାର ଲୋକେ ଫଳରେ ସ୍କୁଲ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ମାନେ ସ୍କୁଲ ଆସି ଗେଟରେ ତାଲା ଝୁଲୁଥିବା ଦେଖି ଗେଟରେ ତାଲା ଦେଇ ଥିବା ଲୋକଙ୍କୁ ତାଲା ଖୋଲିବା ପାଇଁ କହିଥିଲେ । କିନ୍ତୁ ଗେଟରୁ ତାଲା ଖୋଲି ନଥିଲେ ।

wp:html /wp:html

ଖବର ପାଇଁ ଗୋଲାମୁଣ୍ଡା ABEO, ଗୋଲାମୁଣ୍ଡା ତସିଲଦାର ଏବଂ ପୋଲିସ ପହଞ୍ଚି ଜାଗା ମାଲିକ ପରିବାରକୁ ତାଲା ଖୋଲିବା ପାଇଁ ବୁଝାସୁଝା କରିଥିଲେ । କିନ୍ତୁ ପରିବାର ଲୋକେ ତାଙ୍କ କଥା ନ ଶୁଣି ଗେଟ୍ ସାମ୍ନାରେ ଠିଆ ହୋଇ ରହିଥିଲେ । ପରେ ଗୋଲାମୁଣ୍ଡା ତସିଲଦାର ତାଙ୍କ ଜାଗା ବଦଳରେ ଜାଗା ନହେଲେ ସରକାରୀ ନିୟମ ହିସାବରେ ଟଙ୍କା ଦେବା ପ୍ରତିଶୃତି ଦେବା ପରେ ଦୀର୍ଘ ଚାରି ଘଣ୍ଟା ପରେ ସ୍କୁଲ ଗେଟରୁ ତାଲା ଖୋଲା ଯାଇଥିଲା ।

ସୂଚନା ଅନୁଯାୟୀ ଗତ ବର୍ଷ ଅଗଷ୍ଟ ମାସରେ ମଧ୍ୟ୍ୟ ଏହି ଭଳି ଘଟଣା ଘଟିଥିଲା । ହେଲେ ଗୋଲାମୁଣ୍ଡା ବ୍ଲକ ଚେୟାରମ୍ୟାନ, BDO, ପୋଲିସ ଯାଇ ଜାଗା ମାଲିକ ପରିବାରକୁ ପ୍ରତିଶୃତି ଦେଇ ତାଲା ଖୋଲିଥିଲେ । କିନ୍ତୁ ପରେ କିଛି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ଏବେ ଯଦି ତାଙ୍କ ଦାବି କିଏ ନ ଶୁଣିଲେ ଆଉ ଥରେ ତାଲା ବନ୍ଦ କରିବୁ ବୋଲି ଜାଗା ମାଲିକ ପରିବାର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.