ସ୍କୁଲ ଭ୍ୟାନ୍‌ରେ ଲାଗିଲା ନିଆଁ , ଅଳ୍ପକେ ବର୍ତ୍ତିଲେ ୩୦ ଛାତ୍ରଛାତ୍ରୀ

Published By : Prameya-News7 Bureau | March 02, 2020 IST

ବାରଙ୍ଗ ୦୨।୦୩: ସ୍କୁଲ ଭ୍ୟାନ୍‌ରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ୩୦ଜଣ ଛାତ୍ରଛାତ୍ରୀ । ବାରଙ୍ଗ ନିକଟ କଳାରାହାଙ୍ଗ ଜେନା ସାହିରେ ଘଟିଛି ଘଟଣା । ସମସ୍ତ ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

{"id":231529,"sizeSlug":"large"}

ସୂଚନାଯୋଗ୍ୟ ଯେ, ସୋମବାର ଦିନ ସ୍କୁଲ ଯିବା ପାଇଁ ଭ୍ୟାନ୍‌ରେ ବସିଥିଲେ ଛାତ୍ରାଛାତ୍ରୀ । କିନ୍ତୁ କିଛି ସମୟ ଯିବା ପରେ ହଠାତ୍‌ ଭ୍ୟାନ୍‌ରେ ନିଆଁ ଲାଗିଯାଇଥିଲା । ତେବେ ଗାଡିରେ ନିଆଁ ଲାଗିଥିବା ଦେଖି ଗାଡିରୁ ଡ୍ରାଇଭର ଓ ଛାତ୍ରଛାତ୍ରୀମାନେ ଓହ୍ଲାଇପଡିଥିଲା । ଏକ ପ୍ରକାର ବଡ ଅଘଟଣରୁ ରକ୍ଷା ପାଇଥିବା କୁହାଯାଉଛି । ତେବେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା କରାଯାଉଛି । ତେବେ କିପରି ଓ କେଉଁ ପରିସ୍ଥିତିରେ  ଗାଡିରେ ନିଆଁ ଲାଗିଲା । ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଅଟକ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.