କେନାଲ ଭିତରକୁ ଖସି ପଡ଼ିଲା ସ୍କୁଲ୍ ଗାଡ଼ି : ୧୫ ଛାତ୍ରଛାତ୍ରୀ ଗୁରୁତର

Published By : Prameya-News7 Bureau | November 04, 2019 IST

କୋଣାର୍କ ୪/୧୧: କୋଣାର୍କ ଚାରିଛକ ଅମରେଶ୍ବର ଠାରେ ଥିବା ବିବେକାନନ୍ଦ ସ୍କୁଲ ପିଲାମାନେ ଏକ ଟାଟା ମେଜିକ ଗାଡ଼ିରେ ସ୍କୁଲକୁ ଯାଉଥିବା ବେଳେ କୋଇଲି ନୂଆପଡା କେନାଲ ବନ୍ଧରୁ ଟାଟା ମେଜିକ ଭାରସାମ୍ୟ ହରାଇ କେନାଲ ଭିତରକୁ ଖସିଯାଇଥିଲା। କେନାଲ ଭିତରେ ପାଣି ଥିବାରୁ ଭ୍ୟାନଟି ପାଣିରେ ଅଧା ବୁଡିଯାଇଥିଲା।

{"id":178858}

ପାଖରେ ଥିବା ଗ୍ରାମବାସୀ ମାନେ ଘଟଣାସ୍ଥଳରେ ପହଞ୍ଚି ୧୮ଜଣ ପିଲାଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ପିଲାଙ୍କୁ ପ୍ରଥମେ ଚାରିଛକ ମେଡିକାଲକୁ ଅଣାଯାଇଥିଲା କିନ୍ତୁ ପରେ ୧୫ଜଣ ପିଲାଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ମେଡିକାଲକୁ ରେଫର କରାଯାଇଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.