ଛାତ୍ରଙ୍କ ସହ ରାତି ବିତେଇବାକୁ ଚାହୁଁଥିଲେ ବିବାହିତା ଶିକ୍ଷୟତ୍ରୀ, ମିଳିଲା ୨ ବର୍ଷ ଜେଲଦଣ୍ଡ

Published By : Prameya-News7 Bureau | September 03, 2019 IST

ଲିଭରପୁଲ : ଛାତ୍ରଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନା ଲାଗି ଉଦ୍ୟମ ଶିକ୍ଷୟତ୍ରୀଙ୍କୁ ମହଙ୍ଗା ପଡିଛି।  ଶିକ୍ଷୟତ୍ରୀଙ୍କ ଦୋଷ କୋର୍ଟରେ ପ୍ରମାଣିତ ହେବାରୁ ତାଙ୍କୁ ୨ ବର୍ଷ ଜେଲଦଣ୍ଡାଦେଶ ମିଳିଛି। ଘଟଣା ଏବେ ଇଂଲଣ୍ଡ ଲିଭରପୁଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଲିଡିଆ ବିଟି ମିଲିଗନ ନାମ୍ନୀ ଏହି ୪୨ ବର୍ଷ ବୟସ୍କା ମହିଳା ସ୍କୁଲରେ ଟିଚିଂ ଆସିଷ୍ଟାଣ୍ଟ ଭାବେ ଯୋଗଦେବାର ମାତ୍ର କିଛି ଦିନ ପରେ ଜନୈକ ୧୫ ବର୍ଷ ବୟସ୍କ ଛାତ୍ରଙ୍କ ପ୍ରତି ଆକର୍ଶିତ ହେବାକୁ ଲାଗିଥିଲେ। ଏପରିକି ଛାତ୍ର ସହ ରାତି କଟେଇବା ଲାଗି ସେ ହୋଟେଲ ରୁମ ମଧ୍ୟ ବୁକ୍ କରିଥିଲେ।

{"id":152606}

ଛାତ୍ରଙ୍କ ଲାଗି ଶିକ୍ଷୟତ୍ରୀ ହୋଟେଲ ରୁମ ବୁକ୍ କରିବା ଘଟଣା ଜଣାପଡିଯିବାରୁ ପୋଲିସକୁ ସୂଚନା ଦିଆଯାଇଥିଲା। ସୂଚନା ଅନୁସାରେ ପୋଲିସ ମହିଳାଙ୍କୁ ହେଟେଲରୁ ଗିରଫ କରିବା ସହ କୋର୍ଟରେ ହାଜର କରିଥିଲା। ବିଦ୍ୟାଳୟରେ ଯୋଗଦେବା ପୂର୍ବରୁ ୨ ସନ୍ତାନଙ୍କର ମା ଜଣେ ବ୍ୟୁଟି ମସାଜର ଭାବେ କାମ କରୁଥିଲେ। ତେବେ ସ୍କୁଲରେ ଶିକ୍ଷକତା କରିବା ବେଳେ ଛାତ୍ରଙ୍କ ପ୍ରତି ଏତେମାତ୍ରାରେ ଆକର୍ଶିତ ହୋଇପଡିଥିଲେ ଯେ ତାଙ୍କ ମୋବାଇଲ ନମ୍ବର ନେଇ ତାଙ୍କୁ ଆପତ୍ତିଜନକ ଏସଏମଏସ୍ ପଠାଉଥିଲେ।

{"id":152607,"width":584,"height":674}

ପୋଲିସ ପଚରାଉଚରାରେ  ଛାତ୍ରଟି କିଛି ସମସ୍ୟାରେ ଥିବାର ସେ ଅନୁଭବ କରୁଥିଲେ ବୋଲି ଶିକ୍ଷୟତ୍ରୀ କହିଥିଲେ।  ଯେଉଁଥି ପାଇଁ ସେ ନିଜ ଆଡୁ ହୋଟେଲ ରୁମ ବୁକ୍ କରିବା ସହ ଛାତ୍ରକୁ ଡାକିଥିଲେ ବୋଲି କହିଛନ୍ତି। ତାଙ୍କର ବିବାହୋତ୍ତର ସମ୍ବଦ୍ଧ ଥିବା ନେଇ ପୋଲିସ ପଚରା ଉଚରା ବେଳେ ଜାଣିବାକୁ ପାଇଛି। ସେ କାର୍ଯ୍ୟ କରୁଥିବା ବିଦ୍ୟାଳୟର ୨ ଜଣ ଟିଚିଂ ଷ୍ଟାଫଙ୍କ ସହ ତାଙ୍କର ସମ୍ପର୍କ ଥିବା ପୋଲିସ ପଚରା ଉଚରାରେ ଶିକ୍ଷୟତ୍ରୀ ସ୍ୱୀକାର କରିଛନ୍ତି। ହେଲେ ସେ ଛାତ୍ରଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଚାହୁଁ ନଥିଲେ ବୋଲି କୋର୍ଟଙ୍କୁ କହିଛନ୍ତି। କିନ୍ତୁ କୋର୍ଟ ତାଙ୍କ କଥାକୁ ବିଶ୍ୱାସ କରିନାହାନ୍ତି।  ଲିଭରପୁଲ କ୍ରାଉନ କୋର୍ଟର ବିଚାରପତି ଗେରି ଉଡହଲ ମାମଲାର ଚୂଡାନ୍ତ ରାୟ ଘୋଷଣା କରି ‘ମୁଁ ଏହି କଥାରୁ ସ୍ପଷ୍ଟ ଯେ ଆପଣ ଛାତ୍ରଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା କରୁଥିଲେ’ ବୋଲି କହିଛନ୍ତି। ଏଣୁ ତାଙ୍କୁ ୨ ବର୍ଷ ଜେଲଦଣ୍ଡାଦେଶ କରିଛନ୍ତି। ଶିକ୍ଷୟତ୍ରୀଙ୍କ ଗିରଫ ପରେ ତାଙ୍କ ସ୍ୱାମୀ ମାମଲାରୁ ନିଜକୁ ପୃଥକ କରିନେଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.