Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ବାବା କହିଲେ ରୋମାନ୍ସ କଲେ ଦେହ ଭଲ ହୋଇଯିବ, ଅନ୍ଧାର ରୁମ୍‌କୁ ଚାଲ…

12/07/2022 at 5:32 PM

ବରଗଡ଼, ୧୨/୦୭: ମହିଳାଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ । ଭଟଲି ଥାନା କାର୍ଲାଜୁରୀ ଗ୍ରାମରେ ଏପରି ଘଟଣା ଘଟିଥିବା ଜଣାପଡ଼ିଛି । ଏହି ଘଟଣାରେ ଜଡ଼ିତ କମଗାଁ ସରକାରୀ ହାଇସ୍କୁଲର ଶିକ୍ଷକ ବିଜୟ ନାଏକଙ୍କୁ ଥାନାରେ ଅଟକ ରଖିଛି ପୋଲିସ୍‌ । ଶିକ୍ଷକତା ସହ କମଗାଁ କମଙ୍ଗେଇ ମନ୍ଦିରରେ ବାବା ଭାବରେ ବିଜୟ ପରିଚିତ । ଜଣେ ମହିଳାଙ୍କୁ ସୁସ୍ଥ କରିବା ନାଁରେ ବିଜୟ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ ଜଣେ ପ୍ରସିଦ୍ଧ ବରୁଆ ଭାବେ ବେଶ ପରିଚିତ ବିଜୟ । ତାଙ୍କ ଦେହରେ ମା କମଗେଇ ଦେବୀ ପ୍ରକଟ ହୁଅନ୍ତି । ଯାହା ଫଳରେ ଅନେକ ଲୋକଙ୍କ ଦୁଖଃ ହରି ପାରନ୍ତି । ତେଣୁ ତାଙ୍କୁ ଗୁହାରି କରିବାକୁ ସହ ସହ ଭକ୍ତଙ୍କ ସୁଅ ଛୁଟେ । ତେବେ ଗତ ରବିବାର ଦିନ ଜଣେ ମହିଳା ତାଙ୍କ ସ୍ବାମୀଙ୍କ ସହ ବାବା ବରୁଆ  ବିଜୟଙ୍କ ପାଖକୁ ଯାଇଥିଲେ । ପ୍ରେମ ବିବାହର ଦୀର୍ଘ ଦିନ ପରେ ବି ନିଜ ଦେହ ବାରମ୍ବାର ଅସୁସ୍ଥ ରହୁଥିବାରୁ ତାଙ୍କ ଦେହ କିପରି ସୁସ୍ଥ ହେବ ବୋଲି ଯାଇଥିଲେ । ବିଜୟ ଦେଖିବା ପରେ ମହିଳାଙ୍କୁ ତାଙ୍କ ଦେହରେ କାଳୀ ଦେବୀ ଅଛନ୍ତି ତାଙ୍କ ଦେହରୁ ବାହାର କରିବା ପାଇଁ ଅନ୍ଧାର ସ୍ଥାନକୁ ଯିବାକୁ କହି ନିଜ ଘର ପଛ ପଟକୁ ନେଇ ତାଙ୍କ ସହିତ ଅନ୍ଧାରରେ ଧର୍ଷଣ କରିଥିବା ମହିଳା ଜଣକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ତେବେ ଭଟଲି ଥାନାରେ ଅଭିଯୋଗ ପରେ ପୋଲିସ ବିଜୟକୁ ଡାକ୍ତରୀ ମଇନା କରି ଅଟକ ରଖିଥିବା ବେଳେ ତଦନ୍ତ ଜାରି ରଖିଛି । ଅନ୍ୟପଟେ ପିଡିତା ମହିଳାଙ୍କ ମଧ୍ୟ ଡାକ୍ତରୀ ମଇନା କରାଯାଇଛି । ଘଟଣା ସମ୍ପର୍କରେ ଅଭିଯୁକ୍ତ ବିଜୟ କହିଛି ଯେ ଅନ୍ଧାରକୁ ଡାକି ଦେହ ସ୍ପର୍ଶ କରି ମହିଳାଙ୍କ ଦେହରେ ଥିବା ଦେବୀଙ୍କୁ ଛଡେଇ ଦେଇଛି । ସେ ସୁସ୍ଥ ଥିଲେ ପରେ ମୋତେ ବଦନାମ କରିବା ପାଇଁ ଏପରି ହୀନ ଚକ୍ରାନ୍ତ କରିଛନ୍ତି ଅଭିଯୋଗକାରୀ ।

   Related Posts