୩ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚଣ ଅଭିଯୋଗ

Published By : Prameya-News7 Bureau | April 24, 2018 IST

ଶିକ୍ଷାନୁଷ୍ଠାନରେ ଛାତ୍ରୀ ଅସୁରକ୍ଷିତ । ଗୁରୁ-ଶିକ୍ଷାର୍ଥୀ ସଂପର୍କରେ କଳଙ୍କ । ପୁରୀ ଜିଲ୍ଲା ଜଳେଶ୍ବରଗଡା ପଞ୍ଚାୟତ ସ୍ଥିତ ସୁନାରୀ କସ୍ତୁ ଉପ୍ରା ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କ ବିରୋଧରେ ଅଭିଯୋଗରୁ ଏପରି ଚିନ୍ତା । ସ୍କୁଲର ୩ଜଣ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।କୋମଳମତି ଛାତ୍ରୀଙ୍କୁ ସେବା କରିବାକୁ ଡାକି ପ୍ରଧାନଶିକ୍ଷକ କୁଆଡେ ଅସଦାଚରଣ କରିଥିଲେ । ଅଭିଯୋଗ ଥାନାକୁ ଯାଇଛି, ସ୍କୁଲ୍ରେ ତାଲା ପକାଇଛନ୍ତି ଅଭିଭାବକ । ଶିକ୍ଷାର ମନ୍ଦିରରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ଆଉ ଆହୁରି ସଙ୍ଗୀନ୍ ହେଲା ଅସଦାଚରଣ ଅଭିଯୁକ୍ତ ସେହି ସ୍କୁଲ୍ର ପ୍ରଧାନଶିକ୍ଷକ । ଛାତ୍ରୀଙ୍କୁ ଗୋଡ଼ ଘସିବାକୁ ଡାକି ପ୍ରଧାନଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏହି ଲଜ୍ଜାଜନକ ଖବରଟି ପୁରୀ ଜିଲ୍ଲା ଜଳେଶ୍ବରଗଡା ପଞ୍ଚାୟତ ସୁନାରୀ କସ୍ତୁ ଉପ୍ରା ବିଦ୍ୟାଳୟର । ଅଭିଯୁକ୍ତ ସେହି ସ୍କୁଲର ପ୍ରଧାନ ଶିକ୍ଷକ ମାନସ ମିଶ୍ର । ୩ଜଣ ଛାତ୍ରୀଙ୍କୁ ଗୋଡମୋଡିବାକୁ ଡାକି ବିଭିନ୍ନ ବାହାନାରେ ସେମାନଙ୍କୁ ପ୍ରଧାନ ଶିକ୍ଷକ ଅସଦାଚରଣ କରିଥିଲେ । ଏନେଇ ଘର ଲୋକଙ୍କୁ ଜଣାଇଥିଲେ ଛାତ୍ରୀମାନେ । ତେବେ ଥରେ ନୁହେଁ, ପୂର୍ବରୁ ଅନେକ ଥର ପ୍ରଧାନ ଶିକ୍ଷକ ଜଣକ ଅସଦାଚରଣ କରିଥିବା କହିଛନ୍ତି ଛାତ୍ରୀମାନେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍କୁଲରେ ତାଲା ପକାଇଦେଇଛନ୍ତି ଅଭିଭାବକ । ଅଭିଯୁକ୍ତ ଶିକ୍ଷକଙ୍କ ବିରୋ।ଧରେ ଏତଲା ଦେଇଛନ୍ତି ଅଭିଭାବକ । ପେ।ଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଛାତ୍ରୀମାନେ ଛୋଟ ପିଲା ଓ ସେମାନେ ମନଗଢା କଥା କହୁଥିବା ସଫେଇ ଦେଇଛନ୍ତି ସମ୍ପୃକ୍ତ ପ୍ରଧାନ ଶିକ୍ଷକ । ତେବେ ପ୍ରଶ୍ନ ଉଠୁଛି କେଉଁଠି ସୁରକ୍ଷିତ ନାବାଳିକା । ଭବିଷ୍ୟତ ଗଠନର ମନ୍ଦିର ସ୍କୁଲ ବି ସେମାନଙ୍କ ପାଇଁ ସୁରକ୍ଷିତ ନୁହେଁ । ଶିକ୍ଷାର ମନ୍ଦିରରେ ଇଶ୍ୱର ହେଉଛନ୍ତି ଶିକ୍ଷକ । କିନ୍ତୁ ତାଙ୍କ ଆଚରଣ ଯଦି ବିବାଦୀୟ , ତେବେ କାହାକୁ ବିଶ୍ବାସ କରାଯିବ ? ଘଟଣାର ତଦନ୍ତ ସହ ଯଥାର୍ଥ କାର୍ଯାନୁଷ୍ଠାନ ଜରୁରି , ନେଚତ କଳଙ୍କିତ ହେବ ଗୁରୁ- ଶିଷ୍ୟ ପରମ୍ପରା , ସମାଜର କ୍ଷତି ସହ ସନ୍ଦେହର ବଳୟ ସମସ୍ତଙ୍କୁ କ୍ଷତାକ୍ତ କରିବ ନିଶ୍ଚିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.