ବଣଭୋଜି ପାଇଁ ଯାଇଥିଲେ ସ୍କୁଲ ପିଲା, ମହାନଦୀରେ ବୁଡି ଛାତ୍ରୀ ମୃତ

Published By : Prameya-News7 Bureau | December 22, 2022 IST

ସୁବର୍ଣ୍ଣପୁର, ୨୨/୧୨: ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁ୍ର ମହାନଦୀରେ ଅଘଟଣ । ପିକନିକ କରିବାକୁ ଯାଇ ମହାନଦୀରେ ବୁଡିଗଲେ ଛାତ୍ରୀ । ବିରମହାରାଜପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନ ଆଦର୍ଶ ଶିକ୍ଷା ନିକେତନ ପକ୍ଷରୁ ମହାନଦୀ ନିକଟସ୍ଥ ଏକ ସ୍ଥାନକୁ ବଣ ଭୋଜି କରିବାକୁ ଯାଇଥିଲେ ଛାତ୍ରଛାତ୍ରୀ । ତେବେ ନଦୀରେ ଗାଧୋଇବାକୁ ଯାଇଥିବାବେଳେ କୌଣସି କାରଣରୁ ଛାତ୍ରୀ ଜଣକ ବୁଡି ଯାଇଥିଲେ । କିଛି ସମୟ ପରେ ତାଙ୍କୁ ଉଦ୍ଧାର କରି ବିରମହାରାଜପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘଷୋଣା କରିଥିଲେ । ମୃତ ଛାତ୍ରୀ ଜଣକ ଅଷ୍ଟମ ଶ୍ରେଣୀର ଶ୍ରୀଜିତା ଶୁଭଲକ୍ଷ୍ମୀ ମିଶ୍ର ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.