ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ମହଙ୍ଗା ପଡିଲା ରିଲ୍ କରିବା, ସ୍କୁଲ ଛାତରୁ ଡେଇଁ ଗୁରୁତର ହେଲେ ଛାତ୍ର, ଆକ୍ସନ ନେଲେ କର୍ତ୍ତୃପକ୍ଷ

17/02/2023 at 11:19 AM

ଉମରକୋଟ ୧୭/୦୨: ରିଲ୍ ନିଶା ପଡିଛି ମହଙ୍ଗା । ଷ୍ଟଣ୍ଟ କରୁ କରୁ ଛାତରୁ ପଡି ଗୁରୁତର ହେଲେ ନାବାଳତ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ସ୍କୁଲ କର୍ତ୍ତୃପକ୍ଷ ନେଲେ ଆକ୍ସନ । ନବରଙ୍ଗପୁର ରାଇଘର ବ୍ଲକ ସଦର ଠାରେ ଥିବା ଏକ୍ସ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । କିଛି ଛାତ୍ର ସ୍କୁଲ୍ ଟାଇମ୍‌ରେ ରିଲ୍ ବନେଇବା ନିଶାରେ ଗୋଟାଏ ଛାତରୁ ଅନ୍ୟ ଏକ ଛାତକୁ ଡେଇଁବା ଭିଡିଓ ଏବେ ଭାଇରଲ୍ ହେବାରେ ଲାଗିଛି ।

ସୂଚନାଥାଉକି, ଗତ ୧୪ ତାରିଖ ମଙ୍ଗଳବାର ଦିନ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟରେ ଦିବ୍ୟଙ୍ଗ ମାନଙ୍କ ଏକ କାର୍ଯ୍ୟକ୍ରମ ଚାଲିଥିଲା । ତେବେ ଦିନ ପ୍ରାୟ ୧୧ଟା ସମୟରେ କିଛି ପିଲା ସ୍କୁଲ ଛାତ ଉପରକୁ ଚଢି ଯାଇଥିଲେ । ସେହି ଛାତ ଉପରୁ ସେମାନଙ୍କ ମଧ୍ୟରୁ କିଛି ପିଲା ହତ୍ତା ବାହାରେ ଥିବା ଏକ ପରିତ୍ୟକ୍ତ ଏଏନଏମ କ୍ବାଟର୍ ଉପରେ ଡେଇଁବା ସମୟରେ ଭିଡିଓ ବନେଇ ଫେସବୁକ ଓ ଇନଷ୍ଟାଗ୍ରାମ୍ ରେ ଅପଲୋଡ୍ କରିଥିଲେ ।

ଉକ୍ତ ଭିଡିଓ ଏବେ ମୋବାଇଲ ରୁ ମୋବାଇଲକୁ ଘୁରି ବୁଲିବା ପରେ ଏହି ଘଟଣା ସ୍ଥାନୀୟ ସରକାରୀ ପୂର୍ବତନ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବୋଲି ଜଣାପଡିଥିଲା । ଏହି ଖବର ପ୍ରଚାର ହେବା ପରେ ପ୍ରଧାନଶିକ୍ଷକ ସୁଶଙ୍କର ମିସ୍ତ୍ରୀ ଉକ୍ତ ଭିଡିଓ କରିଥିବା ୭ ଜଣ ଛାତ୍ରଙ୍କୁ ବିଦ୍ୟାଳୟକୁ ଡକାଇ ଟିସି ଦେଇଛନ୍ତି । ପ୍ରଶ୍ନ ଉଠୁଛି ଯେ ଏକ ବିଦ୍ୟାଳୟ ପରିସରରେ ଏହି ପିଲାମାନଙ୍କୁ ଛାତ ଉପରକୁ ଚଢିବା ସମୟରେ କେହି ଶିକ୍ଷକ ଶିକ୍ଷୟତ୍ରୀ ଦେଖି ପାରିଲେ ନାହିଁ କେମିତି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏଥିସହିତ ଛାତ୍ର ଜଣକ ସ୍କୁଲ ଛାତ ଠାରୁ ଏଏନଏମ କ୍ୱାର୍ଟର ଛାତ ପ୍ରାୟ ୧୦ଫୁଟ ଦୂର ଡିଆଁ ମାରିବା ସମୟରେ ସେ ଆଜବେଷ୍ଟ୍ ଭାଙ୍ଗି ତଳେ ପଡିଯାଇଥିଲା । ଯଦି ଏହି ବିପଦପୁର୍ଣ୍ଣ ଡିଆଁରେ ଛାତ୍ରର କିଛି ଘଟିଥିଲେ ତେବେ ଏଥିପ୍ରତି କିଏ ଦାୟୀ ହୋଇଥାଆନ୍ତେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

   Related Posts