ସ୍କୁଲ ଘରେ ଜଗୁଆଳିଙ୍କ ମୃତ୍ୟୁ, ବନ୍ଦ କୋଠରୀର କବାଟ ଭାଙ୍ଗି ମୃତଦେହ ଉଦ୍ଧାର କଲା ପୋଲିସ

Published By : Prameya-News7 Bureau | March 12, 2020 IST

କେନ୍ଦୁଝର ୧୨।୦୩ : ଘରୋଇ ସ୍କୁଲରେ ଶୋଇଥିବା ଜଗୁଆଳିଙ୍କ ମୃତ୍ୟୁ । କେନ୍ଦୁଝର ଟାଉନଥାନା ଅନ୍ତର୍ଗତ ଜେଲ୍‌ ରୋଡ ନିକଟରେ ଥିବା ଏକ ଘରୋଇ ସ୍କୁଲରେ ଘଟିଛି ଘଟଣା । ମୃତକ ଭଗବତ ଦେହୁରୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବେଚ୍ଛେଦ ପାଇଁ ପଠାଇଛି ।

ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ସକାଳ ସମୟରେ ବିଦ୍ୟାଳୟ ପରିସରରେ ଥିବା ରୁମରେ ସେ ଭିତର ପଟୁ ବନ୍ଦ କରି ଶୋଇଥିଲେ । ବହୁ ସମୟ ଧିର ଉଠୁନଥିବା ଦେଖି ସ୍କୁଲ କର୍ତ୍ତୃପକ୍ଷ ପୋଲିସ କୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଏବଂ କବାଟ ଖୋଲି ଜଗୁଆଳି ଭଗବତ ଙ୍କର ମୃତ ଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଯାଇଛି । ଜିଲ୍ଲା ଚିକିତ୍ସାଳୟକୁ ମୃତଦେହ ପଠାଇଛି ପୋଲିସ । ଏବଂ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.