ବ୍ରୋଞ୍ଜ ବିଜୟୀ ହକି ଖେଳାଳିଙ୍କୁ ପଞ୍ଜାବ ସରକାରଙ୍କ ବଡ଼ ପୁରସ୍କାର, ୧୦ ଖେଳାଳିଙ୍କ ନାଁରେ ୧୦ ବିଦ୍ୟାଳୟର ନାମକରଣ

Published By : Prameya-News7 Bureau | August 23, 2021 IST

ଅମୃତସର ୨୩/୦୮:  ଟୋକିଓ ଅଲିମ୍ପିକ୍‌ରେ ବ୍ରୋଞ୍ଜ ପଦକ ଜିତିଥିବା ହିକି ଟିମ୍‌କୁ ପଞ୍ଜାବ ସରକାରଙ୍କ ବଡ଼ ପୁରସ୍କାର ଘୋଷଣା।  ଅର୍ଥ ରାଶି ନୁହେଁ କି ପଦକ ନୁହେଁ କିନ୍ତୁ ତାର ଦୁଇ ପାଦ ଆଗକୁ ଯାଇ ସରକାର ଖେଳାଳିଙ୍କୁ ବଡ଼ ସମ୍ମାନ ଦେଇଛନ୍ତି ।  ଟିମ୍‌ର ଅଧିନାୟକ, ଉପଅଧିନାୟକ, ମିଡିଲ୍‌ ଫିଲ୍ଡର ଏମିତି ପ୍ରାୟ ୧୦ ଖେଳାଳିଙ୍କ ନାଁରେ ୧୦ ସ୍କୁଲର ନାମକରଣ ହୋଇଛି । ଏନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ବିଜୟ ଇନ୍ଦର ଶିଙ୍ଗଲା ସୂଚନା ଦେଇଛନ୍ତି ।

ଟୋକିଓ ଅଲିମ୍ପିକ୍‌​ରେ ବ୍ରୋଞ୍ଜ ମେଡାଲ ଜିଣିଥିବା ହକି ପ୍ଲେୟରଙ୍କ ମଧ୍ୟରେ ସାମିଲ ପଞ୍ଜାବର ଖେଳାଳିଙ୍କ ନାଁରେ ବିଦ୍ୟାଳୟର ନାଁ ପରିବର୍ତ୍ତନ ହେବାକୁ ଯାଉଛି। ଏହାକୁ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ ମଞ୍ଜୁରୀ ଦେଇଥିବା ବିଜୟ ଶିଙ୍ଗଲା କହିଛନ୍ତି ।  ଏହି କ୍ରମରେ ସରକାର ଜଳନ୍ଧରରେ ଥିବା ମୀଠାପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନାଁ ଭାରତୀୟ ଅଧିନାୟକ ମନପ୍ରୀତ ସିଂହଙ୍କ ନାମାନୁସାରେ ନାମିତ କରିଛନ୍ତି । ଏବେ ଏହି ସ୍କୁଲର ନାଁ ଅଲିମ୍ପିଆନ୍‌ ମନପ୍ରୀତ ସିଂହ ରାଜକୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମୀଠାପୁର ହୋଇଛି ।  

ସେହିଭଳି ଅମୃତସରରେ ଥିବା ଜିଏସଏସଏସ ତିମୋଓ୍ବାଲର ନାଁ ଭାରତୀୟ ଟିମ୍‌ର ଉପଅଧିନାୟକ ହରମନପ୍ରୀତ ସିଂହଙ୍କ ନାଁରେ ନାମିତ ହୋଇଛ।  ଯିଏକି ଅଲିମ୍ପିକ୍‌​‌ରେ ସର୍ବାଧିକ ୬ ଗୋଲ୍‌ କରିଥିଲେ। ଏବେ ସେହି ସ୍କୁଲ୍‌ ଅଲିମ୍ପିଆନ୍‌ ହରମନପ୍ରୀତ ସିଂହ ଜିଏସଏସଏସ , ତିମୋଓ୍ବାଲ୍‌ରେ ନାଁରେ ଜଣାଯିବ।  ଜିଏସଏସଏସ ଅଟାରୀ, ଅମୃତସର ମିଡିଲ୍‌ ଫିଲ୍ଡର ଶମଶେର ସିଂହଙ୍କ ନାଁରେ ଖ୍ୟାତି ପାଇବାକୁ ଯାଉଛି। ଏହି ସ୍କୁଲ୍‌ର ନାଁ ଏବେ ଶମଶେର ସିଂହ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ହୋଇଥିବା ଜଣାପଡ଼ିଛି।

ଗଣଶିକ୍ଷା ମନ୍ତ୍ରୀଙ୍କ ଅନୁସାରେ, ଅଲିମ୍ପିଆନ୍‌ ରୂପିନ୍ଦରପାଲ ସିଂହଙ୍କ ନାମାନୁସାରେ ଫରିଦୁକୁଟ ବାଳିକା ଉଚ୍ଚ ପ୍ରାଥମିକ ସ୍କୁଲର ନାମକରଣ ହୋଇଛି।  ହାର୍ଦ୍ଦିକ ସିଂହଙ୍କ ନାଁରେ ଜଳନ୍ଧରର ଖୁସୁରପୁର ସ୍କୁଲ୍‌, ସିମରନଜିତ ସିଂହଙ୍କ ନାଁରେ ଗୁରୁଦାସପୁର ହାଇ ସ୍କୁଲ୍‌ର ନାମକରଣ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଟୋକିଓ ଅଲିମ୍ପିକ୍‌ ୨୦୨୦ରେ ଭାରତୀୟ ହକି ଟିମ୍‌ ଇତିହାସ ରଚିଛି। ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍‌ ମେଡାଲ ଜିଣି ଭାରତର ନାଁ ରଖିଛନ୍ତି ପୁରୁଷ ହକି ଦଳ । ଭାରତୀୟ ଟିମ୍‌ ଜର୍ମାନୀକୁ ୫-୪ରେ ହରାଇ ବ୍ରୋଞ୍ଜ ମେଡାଲ କବଜା କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.