ଶିକ୍ଷକ ବଦଳି ପ୍ରତିବାଦ, ସ୍କୁଲରେ ତାଲା ମାରିଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | January 07, 2023 IST

ସମ୍ୱଲପୁର ୦୭/୦୧: ଶିକ୍ଷକ ବଦଳି ପ୍ରତିବାଦରେ ସ୍କୁଲରେ ତାଲା ମାରିଲେ ଛାତ୍ରଛାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁରରେ । ସମ୍ବଲପୁର ଜିଲ୍ଲା ମାନେଶ୍ୱର ସରକାରୀ ଉଚ୍ଚବିଦ୍ୟାଳୟରେ ଆଜି ଛାତ୍ରଛାତ୍ରୀ ତାଲା ମାରିଛନ୍ତି ।

ମାନେଶ୍ୱର ଉଚ୍ଚ ବିଦ୍ୟାଳୟରେ ଥିବା ପିଇଟି ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରଯାଇଛି । ଫଳରେ ଆଜି ଛାତ୍ରଛାତ୍ରୀ ସ୍କୁଲ ଆସିବା ପରେ ଏହି ଘଟଣା ବାବଦରେ ଜାଣିବାକୁ ପାଇଥିଲେ । ତେବେ ଛାତ୍ରଛାତ୍ରୀ ଅଭିଭାବକ ସାଙ୍ଗରେ ସ୍କୁଲରେ ତାଲା ପକାଇ ହୋହାଲ୍ଲା କରିଛନ୍ତି । ଶିକ୍ଷକ ବଦଳି ବାତିଲ କରାନଗଲେ ତାଲା ଖୋଲିବେ ନାହିଁ ବୋଲି ରୋକଠୋକ୍ ଶୁଣାଇଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.