LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସମସ୍ୟା ଘେରରେ ନବରଙ୍ଗପୁର ରାଜୋଡା ପ୍ରାଥମିକ ବିଦ୍ୟାଳୟ ; ଭଙ୍ଗାଘରେ ଚାଲିଛି ଶତାୟୁ ସ୍କୁଲ

12/05/2018 at 1:05 PM

ସ୍ଵାଧୀନତା ପୂର୍ବବର୍ତ୍ତୀ ଇଂରେଜ ଶାସନ ଅମଳରେ ନବରଙ୍ଗପୁରର କୋଷଗୁମୁଡା ଭଳି ଉପାନ୍ତ ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ସ୍କୁଲ ତିଆରି ହୋଇ ଅଞ୍ଚଳକୁ ଜ୍ଞାନର ଆଲୋକ ଦେଖାଇଥିଲା ରାଜୋଡା ଗାଁ ପ୍ରାଥମିକ ବିଦ୍ୟାଳୟ । ଗତ ଶହେ ବର୍ଷ ଧରି ଅଞ୍ଚଳକୁ ମଣିଷ ତିଆରି କାରଖାନା ପାଲଟିଥିବା ଏହି ବିଦ୍ୟାଳୟ ଦିନେ ଅଞ୍ଚଳରେ ସ୍ଵାଧୀନତା ଆନ୍ଦୋଳନର ବାର୍ତ୍ତାବହ ସାଜିଥିଲା । ଆଜି ଉକ୍ତ ବିଦ୍ୟାଳୟଟି ଶିକ୍ଷାବିଭାଗର କର୍ମଚାରୀଙ୍କ ଉଦାସୀନତାର ଶିକାର ହୋଇ ନିଜ ଅସ୍ତିତ୍ଵ ହରାଇବାକୁ ବସିଲାଣି । ବର୍ତମାନ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି ଆଉ ଶହ ଶହ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିଲେ ମଧ୍ୟ ଶହେ ବର୍ଷ ତଳର ସେହି ପୁରୁଣା ଶ୍ରେଣୀ ଗୃହ ଯେଉଁ ଶ୍ରେଣୀ ଗୃହ ମାନେ ସମ୍ପୂର୍ଣ ଭାଙ୍ଗି ଯାଇଛି ସେହି ଗୃହରେ ହିଁ ଅସୁରକ୍ଷିତ ଭାବେ ତଳେ ବସି ଛାତ୍ର ଛାତ୍ରୀ ମାନେ ଶିକ୍ଷା ଗ୍ରହଣ କରୁଛନ୍ତି । କେତେବେଳେ ସେହି ଶ୍ରେଣୀ ଗୃହ ଭାଙ୍ଗି ବିପତ୍ତି ଆଣିବ ତାହା କହିହେବ ନହିଁ । କିନ୍ତୁ ସରକାରୀ ବାବୁମାନେ ଏ ସମ୍ବନ୍ଧରେ ଜାଣି ଅଜଣା ପାଲଟି ଯାଇଛନ୍ତି । ସ୍କୁଲ କର୍ତ୍ତୃପକ୍ଷ ତଥା ଗ୍ରାମବାସୀ ମାନେ ଏ ସମ୍ବନ୍ଧରେ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସ୍କୁଲର ଅବସ୍ଥା ନେଇ ଅବଗତ କରାଇଥିଲେ ମଧ୍ୟ ଏଥିପ୍ରତି ସେମାନେ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।
ସ୍କୁଲର ଏପରି ଅବସ୍ତା ସମ୍ପର୍କରେ ସ୍କୁଲ କମିଟିର ସଭାପତି ବିଭାଗକୁ ଜଣାଇଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦ୍ରୁଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ତେବେ ଏ ବିଷୟରେ ଆମେ ବ୍ଲକ ଶିକ୍ଷାଧିକାରୀଙ୍କୁ ପଚାରିବାରୁ ସେ ଭଙ୍ଗା ଶ୍ରେଣୀ ଗୃହରେ ଶିକ୍ଷାଦାନ ଚାଲିଥିବା ଓ ସ୍କୁଲର ଅବସ୍ଥା ସମ୍ପର୍କରେ ଅବଗତ ଥିବା ଓ ଏ ସମ୍ପର୍କରେ ସରକାରଙ୍କୁ ଜଣାଇଥିବା କହିଛନ୍ତି ଏବଂ ସରକାରଙ୍କ ଠାରୁ ନୂତନ ଗୃହ ପାଇଁ ଅନୁଦାନ ଆସୁନଥିବା କହିଛନ୍ତି । ବର୍ତମାନ ସେହି ଶ୍ରେଣୀ ଗୃହ ଗୁଡିକରେ ଶିକ୍ଷାଦାନ କରିବାକୁ ଶିକ୍ଷକ ମାନଙ୍କୁ କୁହାଯାଇଥିବା ସେ ପ୍ରକାଶ କରିଛନ୍ତି । ତେବେ ଗୃହର ଏପରି ଅବସ୍ଥା ଥିବାବେଳେ ଯଦି କିଛି ଅଘଟଣ ଘଟେ ତ ତା ପାଇଁ କିଏ ଦାଇ ରହିବ ପ୍ରଶ୍ନକୁ ସେ ଏଡାଇଯାଇଥିଲେ ।
ସରକାର ଏପରି ପୁରୁଣା ବିଦ୍ୟାଳୟ ଯାହା ଶିକ୍ଷାର ବିକାଶରେ ଗୁରୁତ୍ଵ ବହନ କରୁଥିବ ତାହା ଚିହ୍ନଟ କରି ତାହାରି ବିକାଶ ଦିଗରେ ଦ୍ରୁଷ୍ଟି ଦିଅନ୍ତି ତାହେଲେ ଶିକ୍ଷାର ବିକାଶ ହୋଇପାରିବ । ତେବେ ଏଥିପ୍ରତି ତୁରନ୍ତ ଦ୍ରୁଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave a Reply

   Related Posts