AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଗୁଲମର୍ଗ ସ୍କିଂ ରିସର୍ଟରେ ହିମସ୍ଖଳନ, ଫସିଲେ ଅନେକ ବିଦେଶୀ ଟୁରିଷ୍ଟ
  • ||
  • ନବ ଦାସ ହତ୍ୟା ମାମଲା, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେ.ପି ଦାସ କରିବେ ତଦନ୍ତର ତଦାରଖ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଟ୍ୱିନସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ବଜେଟ୍: ସୁନା-ରୁପା, ସିଗାରେଟ୍ ମହଙ୍ଗା, ଶସ୍ତା ହେଲା ଟିଭି ଉପକରଣ ଓ ସାଇକେଲ୍, ଖେଳନା
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ଢେଙ୍କାନାଳ: ରାସ୍ତାରେ ଓଲଟିପଡ଼ିଲା ଯାତ୍ରୀବାହୀ ଅଟୋ, ୯ ଆହତ
  • ||

ସମସ୍ୟା ଘେରରେ ୟୁପି ସ୍କୁଲ୍‌: ୧୦୨ ପିଲାଙ୍କୁ ୨ ଶିକ୍ଷକ, ଶ୍ରେଣୀ ଗୃହ ଛାତରୁ ଗଳୁଛି ପାଣି

7/09/2022 at 11:37 AM

ମୋହନା ୦୭/୦୯: ଶିକ୍ଷାର ବିକାଶ ସହ ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ତଥାପି ଏବେବି ସୁଧୁରିନି ଅନେକ ବିଦ୍ୟାଳୟର ସମସ୍ୟା l କେଉଁଠି ଶିକ୍ଷକ ସମସ୍ୟା ତ କେଉଁଠି ଶ୍ରେଣୀ ଗୃହ ସମେତ ଭିତ୍ତିଭୂମିର ଅଭାବ ରହିଛି l ଏଭଳି ଏକ ସମସ୍ୟା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଲବlରସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।

ଏଠି ଶିକ୍ଷକ ସମସ୍ୟା ସହ ଶ୍ରେଣୀ ଗୃହ ଅଭାବ ରହିଛି । ୧୯୫୩ ରୁ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ୧୦୨ ଜଣ ଛାତ୍ର ଛାତ୍ରୀ ଅଛନ୍ତି । ହେଲେ ଏଠି ମାତ୍ର ଦୁଇ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ଗୋଟିଏ ଶ୍ରେଣୀରେ ଜଣେ ଶିକ୍ଷକ ପ୍ରଥମରୁ ଚତୁର୍ଥ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଉଥିବା ବେଳେ ଅନ୍ୟ ଏକ ଶ୍ରେଣୀରେ ପଞ୍ଚମ ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ପଢ଼ାଉଛନ୍ତି ଆଉ ଜଣେ ଶିକ୍ଷକ ।

ଏଥିପାଇଁ ଗୋଟିଏ କଳାପଟାକୁ ଚାରି ଭାଗ କରି ଶିକ୍ଷାଦାନ କରୁଛନ୍ତି । ଆଠଟି ଶ୍ରେଣୀକୁ ମାତ୍ର ତିନିଟି ଶ୍ରେଣୀକକ୍ଷ ଥିବାବେଳେ ତାହାବି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଛାତ ଉପରେ ଗଛ ଉଠି ଯାଇଛି । ଫଳରେ ବର୍ଷା ହେଲେ ଛାତରୁ ପାଣି ଗଳୁଛି । ଏଭଳି ବିପଦ ସଙ୍କୁଳ ଅବସ୍ଥାରେ ପିଲାମାନେ ପାଠ ପଢୁଥିବା ବେଳେ ଅଧିକ ବର୍ଷା ହେଲେ ପାଠ ପଢା ବନ୍ଦ ହୋଇଯାଉଥିବା କହିଛନ୍ତି ଛାତ୍ର ଛାତ୍ରୀ ।

ସେପଟେ ବିଦ୍ୟାଳୟରେ ପାନୀୟ ଜଳ ସମସ୍ୟା ଥିବା ସହ ଆବଶ୍ୟକତା ଅନୁଯାୟୀ ଶୌଚାଳୟ ମଧ୍ୟ ନାହିଁ । ବିଦ୍ୟାଳୟ ସମସ୍ୟା ସମ୍ପର୍କରେ ବହୁବାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିବା କହିଛନ୍ତି ପ୍ରଧାନ ଶିକ୍ଷକ । ଅନ୍ୟ ପକ୍ଷରେ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ସହ ଶ୍ରେଣୀ ଗୃହ ନିର୍ମାଣ ପାଇଁ ମୋହନl ବ୍ଲକ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବାରମ୍ବାର ଜଣାଇଥିବା ବେଳେ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି ମୋହନା ବ୍ଲକ ସାଂସଦ ପ୍ରତିନିଧି ।

   Related Posts