ଆଣ୍ଠୁଏ ନାଳ ପାଣିରେ ପଶି , ବିପଦ ଜନକ ଭାବେ ସ୍କୁଲ ଯାଉଛନ୍ତି ପିଲା

Published By : Prameya-News7 Bureau | August 24, 2019 IST

ଯାଜପୁର ୨୪।୮ -ନାଳ ପାଣିରେ ପଶି , କାଦୁଅ ପଚପଚ ରାସ୍ତାରେ ସ୍କୁଲ ଯାଉଛନ୍ତି ପିଲା । କେତେବେଳେ ଆଣ୍ଠୁଏ ପାଣି ତ କେତେ ବେଳେ ଆହୁରି ଅଧିକ । କାଦୁଅରେ ଗୋଡ ଗଳିଯାଉଛି । କିନ୍ତୁ ପାଠ ପଢିବାକୁ  ସ୍କୁଲ ଯିବାକୁ ତ ହେବ । କୌଣସି ଦୁର୍ଗମ ଅଞ୍ଚଳ ନୁହେଁ ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ନୟା ବଗପାଟଣାରେ ଏହି ସ୍ଥିତି । ଚିନ୍ତା ଜନକ ହେଲା କୁନି କୁନି ପିଲାଏ ପ୍ରତିଦିନ ଏପରି ହୀନସ୍ତା ହୋଇ ବିପଦଜନକ ସ୍ଥିତିରେ  ଯାତାୟତ କରୁଥିଲେ ବି ପ୍ରଶାସନର ସେଥିପ୍ରତି ନିଘା ନାହିଁ ।  

 କୋମଳମତି ପିଲାଙ୍କ  ସ୍କୁଲ ଯିବା ଏତେ କଷ୍ଟ । ପାଣିରେ ପଶିଲେ, କାଦୁଅରେ ଲଟପଟ ହେଲାପରେ ହିଁ , ସ୍କୁଲରେ ପହଞ୍ଚିବେ। ବିକାଶମୟ ଯାଜପୁର ଜିଲ୍ଲା ଅନ୍ତର୍ଗତ ଦାନଗଦି ବ୍ଲକ ଅଞ୍ଚଳର ନୟାବଗପାଟିଆ ଅଞ୍ଚଳର ଏହି ଘଟଣା । ସ୍କୁଲକୁ ଭଲ ରାସ୍ତା ନାହିଁ । ଗଣ୍ଡାନାଳ ପାଣିରେ ପଶି, କାଦୁଅ ପଚପଚ ରାସ୍ତାରେ ନୟା ବଗପାଟିଆ ପ୍ରକଳ୍ପ ଉପ୍ରା ବିଦ୍ୟାଳୟର ଏହି ଛାତ୍ର ଛାତ୍ରୀ ପ୍ରତିଦିନ ଯା-ଆସ କରନ୍ତି। ଦେଉଳଗଣ ପଞ୍ଚାୟତର ନିୟୁ ବଗପାଟିଆ ,ପୁରୁଣା ବଗପାଟିଆ ,ଡିମିର ପାଳ,ପଥର ବନ୍ଧ ଏହି  ୪ ଗ୍ରାମର ଛାତ୍ର ଛାତ୍ରୀଙ୍କ ଏପରି ଅବସ୍ଥା । ନାଳରେ କେବେ ଆଣ୍ଠୁଏ ତ କେବେ ଛାତିଏ ପାଣି । କାଦୁଅରେ ଗୋଡ ଗଳିଯାଉଛି । ବର୍ଷା ଦିନେ ଏହି କଷ୍ଟ ଆହୁରି । ମଣିଷ, ଗାଈଗୋରୁ ସମସ୍ତେ ଏହି ରାସ୍ତାରେ ଏମିତି ହନ୍ତସନ୍ତ ହୁଅନ୍ତି । କିନ୍ତୁ ଗ୍ରାମବାସୀଙ୍କ ଦାବି ପରେ ବି ଭିତ୍ତିପ୍ରସ୍ତରରେ ଅଟକିଛି ଗଣ୍ଡା ନାଳ ପୋଲ ।

{"id":148408}

କୁନି କୁନି ପିଲାଏ ପ୍ରତିଦିନ ନିଜ ଜୀବନକୁ ବାଜି ଲଗାଇ ସ୍କୁଲ ଯାଉଥିବା ବେଳେ ସ୍ଥାନୀୟ ପ୍ରଶାସନର କିମ୍ବା ରାଜନେତା କାହାରି ସେଥିପ୍ରତି ଦରଦ ନାହିଁ । ୨୦୧୫ ମସିହାରେ  ସୁକିନ୍ଦାର ତତ୍କାଳୀନ ବିଧାୟକ ପ୍ରୀତି ରଞ୍ଜନ ଘଡାଇଙ୍କ ଦ୍ଵାରା ଗଣ୍ଡାନାଳ ସେତୁର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । କିନ୍ତୁ ଆଜିଯାଏଁ କାମ ଆରମ୍ବ ହୋଇନି ।  ଏଠି ପ୍ରଶ୍ନ ଉଠୁଛି ଯଦି କୌଣସି କୋମଳ ମତି ଛାତ୍ର ଛାତ୍ରୀଙ୍କର କିଛି ଅଘଟଣ ଘଟେ , ତେବେ  ସେଥି ପାଇଁ  କିଏ ଦାୟୀ ହେବେ ? ଏନେଇ ଜିଲ୍ଲାପାଳଙ୍କୁ ପ୍ରଶ୍ନ କରାଯିବାରୁ , ତାଙ୍କ ପାଖରେ ସେହି ତଥ୍ୟ ନଥିବା ପ୍ରକାଶକରି  ଅନୁଧ୍ୟାନ କରି ପଦକ୍ଷେପ ନିଆଯିବ ବୋଲି  କହିଛନ୍ତି, । 

କେବେ ଗଣ୍ଡାନାଳ ଉପରେ ପୋଲ ହେବ ଏବଂ ରାସ୍ତା ସୁଧୁରିବ ଓ କୁନି କୁନି ପିଲାଙ୍କ କଷ୍ଟ ଦୂର ହେବ ତାହାକୁ ଅପେକ୍ଷା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.