ସାନ ଭାଇର ସ୍କୁଲ ଫିସ ଦେବାକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ : ଅଭିଯୁକ୍ତ ସ୍କୁଲ ମାଲିକ ପୋଲିସ କବଜାରେ

Published By : Prameya-News7 Bureau | February 26, 2020 IST

ରାଉରକେଲା  ୨୬/୨: ଚାକିରୀ ପ୍ରଲୋଭନ ସହ ସାନ ଭାଇର ସ୍କୁଲ ଫିସ ଦେବାକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ହୋଇଛି।ରାଉରକେଲା ବନ୍ଧମୁଣ୍ଡା ଜ୍ଞାନଦୟ ଘରୋଇ ସ୍କୁଲ ର କାର୍ଯ୍ୟାଳୟ ଭିତରେ କରାଯାଇଛି ଦୁଷ୍କର୍ମ । ସ୍କୁଲ ମାଲିକ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିବା ନେଇ  ଅଭିଯୋଗ ହେବା ପରେ ଏବେ ସ୍କୁଲ ମାଲିକ ପୋଲିସ କବଜାରେ ।

{"id":229546,"sizeSlug":"large"}

ଶିକ୍ଷା ମନ୍ଦିରରେ ବଳାତ୍କାର। ସ୍କୁଲ ମାଲିକ ସାଜିଲା ଯୌନ ରାକ୍ଷସ। ମୁହୂର୍ତ୍ତରେ ଲୁଟିନେଲା ଯୁବତୀଙ୍କ ଇଜ୍ଜତ। ବାରମ୍ବାର ଯୁବତୀଙ୍କୁ ଦେଉଥିଲେ ଯୌନ ନିର୍ଯାତନା। ଏଭଳି ଏକ ଲଜ୍ୟା ଜନକ  ଘଟଣା ଘଟିଛି ରାଉରକେଲା ବନ୍ଧମୁଣ୍ଡା ଥାନା ବି ସେକ୍ଟର ଚୁଡ଼ି ବସ୍ତିରେ ର ଘରୋଇ ଜ୍ଞାନଦୟ ସ୍କୁଲ ରେ। ସ୍କୁଲ ମାଲିକ ବିଭୁତି ଗୁପ୍ତା ସାନ ଭାଇର ବକେୟା ସ୍କୁଲ ଫିସ ଜମା କରିବାକୁ ଯୁବତୀଙ୍କୁ ଡାକିଥିଲେ ସ୍କୁଲ । ଭାଇର ସ୍କୁଲ ଫିସ କ୍ଷମା କରିଦେବାକୁ କହି ଯୁବତୀଙ୍କୁ କରିଥିଲେ ପ୍ରେମ ନିବେଦନ। ହେଲେ ରାଜି ହେଇ ନଥିଲେ ଯୁବତୀ । ଆଉ ସୁଯୋଗ ନେଇ ଯୁବତୀଙ୍କ ସହ କରିଥିଲେ ବଳାତ୍କାର ।  ଅଭିଯୋଗ ମିଥ୍ୟା ତାଙ୍କୁ ଫସାଇଦିଆଯାଇଛି ବୋଲି କହିଛନ୍ତି ଅଭିଯୁକ୍ତ ।

{"id":229547,"sizeSlug":"large"}

ବନ୍ଧମୁଣ୍ଡା ବି ସେକ୍ଟର ଚୁଡ଼ି ବସ୍ତି ରେ ରେଳବାଇ ଜାଗାରେ ରହିଛି ଜ୍ଞାନଦୟ ଘରୋଇ ସ୍କୁଲ। ସ୍କୁଲର ମାଲିକ ବିଭୁତି ଗୁପ୍ତା। କେବଳ ବନ୍ଧମୁଣ୍ଡା ନୁହଁ ବିଶ୍ରାରେ ମଧ୍ୟ ତାଙ୍କର ଅଛି ଆଉ ଏକ ଇଂରାଜୀ ବିଦ୍ୟାଳୟ। ଅଭିଯୁକ୍ତ ସ୍କୁଲ ମାଲିକ ବିଭୁତି ଗୁପ୍ତା ସ୍କୁଲ ବ୍ୟବସାୟ ସାଙ୍ଗକୁ ବନ୍ଧମୁଣ୍ଡା ର ଜଣେ ସକ୍ରିୟ ରାଜନେତା । ବିଭୁତିଙ୍କ ସ୍କୁଲରେ ପଢେ ପିଡିତା ଯୁବତୀଙ୍କ ଭାଇ। ବଳାତ୍କାର କଥା ପ୍ରଘଟ ନ କରିବା ପାଇଁ ଯୁବତୀଙ୍କୁ ପ୍ରଥମେ ଦେଇଥିଲା ଚାକିରିର ପ୍ରଲୋଭନ। ତା ସହ  ଯୁବତୀଙ୍କୁ ଜୀବନରୁ ମାରିବା ପାଇଁ ଦେଇଥିଲେ ହତ୍ୟା ଧମକ। ପୋଲିସ ପିଡିତାଙ୍କ ଅଭିଯୋଗକୁ ଗ୍ରହଣ କରି ଦୁଇଜଣଙ୍କ ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ସ୍କୁଲ ମାଲିକ ବିଭୁତି ଗୁପ୍ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।\

{"id":229548,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.