ମାର୍ଚ୍ଚ ୧ରୁ ଖୋଲିଯିବ ସବୁ ସ୍କୁଲ : ଫେବ୍ରୁଆରୀ ୧୦ରୁ ଆରମ୍ଭ ହେବ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଠପଢା

Published By : Prameya-News7 Bureau | February 06, 2021 IST

ଲକ୍ଷ୍ନୌ,୦୬|୦୨ : ଉତ୍ତର ପ୍ରଦେଶରେ ମାର୍ଚ୍ଚ ୧ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବ । ଏହା ବ୍ୟତୀତ ୧୦ ଫେବ୍ରୁଆରୀରୁ ଷଷ୍ଠରୁ ଅଷ୍ଟ୍ରମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବ । ଏନେଇ ୟୁପି ସରକାର ନିଷ୍ପତ୍ତି ନେଇଛନ୍ତି ।

ୟୁପି ସରକାରଙ୍କ କହିବାନୁସାରେ,ରାଜ୍ୟରେ କରୋନା ପ୍ରକୋପ ଥମିବାରେ ଲାଗିଛି । ଶିକ୍ଷାମନ୍ତ୍ରୀ ଡା ସତିଶ ଦ୍ୱିବେଦୀ କହିଛନ୍ତି ଯେ, କୋଭିଡ୍-୧୯କୁ ନଜରରେ ରଖି କେନ୍ଦ୍ର ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ଏଥିରେ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ପାଠପଢା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ତେଣୁ ଫେବ୍ରୁଆରୀ ୧୦ରୁ ଷଷ୍ଠରୁ ଦଶମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବ । ପାଠପଢା ଚାଲିବ । ସେହିପରି ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ମାର୍ଚ୍ଚ ୧ରୁ ପାଠପଢା ଆରମ୍ଭ କରାଯିବ ।

ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶିକ୍ଷା ବିଭାଗକୁ ସ୍କୁଲ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଷଷ୍ଠରୁ ଅଷ୍ଟମ ଶ୍ରୀଣୀ ଯାଏଁ ଫେବ୍ରୁଆରୀ ୧୫ରୁ ପାଠପଢା ଆରମ୍ଭ ହେବ ବୋଲି କୁହାଯାଇଥିଲା । ଏହାପରେ ମଞ୍ଜୁରୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରସ୍ତାବ ପଠାଯିବା ପରେ ଶେଷରେ ଫେବ୍ରୁଆରୀ ୧୦ରୁ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.